କାନ୍ଥ ଭୁଶୁଡି ଦୁଇ ମୃତ, ଦୁଇ ଗୁରତର

0

କେନ୍ଦୁଝର: କାନ୍ଥ ଭୁଶୁଡି ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟଗାଁ ବ୍ଲକ ମନୋହରପୁର ଗ୍ରାମରେ ଦେଖିବାକୁ ମିଳିଛି। ଘରର କାନ୍ଥ ପଡି ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ଓ ଝିଅ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ ସେମାନଙ୍କୁ ଉପରେ କାନ୍ଥ ଭୁଶୁଡି ପଡିଥିଲା। ଏଥିରେ ଭାଇଭଉଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମାଆ ଓ ଝିଅ ଉଭୟ ଗୁରୁତର ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିଥିଲା।

Leave A Reply