ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ

0

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ ରାୟଗଡା କେଉଟଗୁଡା  ନିକଟରେ ଲାଇନଚ୍ୟୁତ ହୋଇଛି ।ଅପରାହ୍ନରେ ଏହା ହାଓଡାରୁ ଜଗଦଲପୁର ଯାଉଥିବା ବେଳେ କେଉଟଗୁଡା ନିକଟରେ ଲାଇନ୍‌ଚ୍ୟୁତ ହୋଇଥିବା ଖବର ମିଳିଛି । ରେଳଧାରଣାରେ ଏକ ଫିସ୍‌ପ୍ଲେଟ ନଥିବାରୁ ଏହା ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇ ନାହାନ୍ତି ।

ଅପ୍‌ ଲାଇନ୍‌ରେ ଏବେ ରେଳ ଚଳାଚଳ ବନ୍ଦ ରହିଛି । କୌଣସି ଦୁର୍ବୃତ୍ତ ଫିସ୍‌ ପ୍ଲେଟକୁ କାଢି ନେଇଥିବା ସନ୍ଦେହ କରାଯାଉଛି । ରେଳ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply