ଯୌତୁକରେ ୧୧୦୦ଟି ଚାରା ଗଛ

0

କେନ୍ଦ୍ରାପଡା: ବିବାହ ହେଉଛି ଦୁଇଟି ପରିବାରର ମିଳନ। ବିବାହ ଉତ୍ସବରେ ଅନେକ ପ୍ରକାର ଯୌତୁକ କନ୍ୟା ଘରୁ ଦିଆଯାଇଥାଏ। ମାତ୍ର ଯୌତୁକରେ ୧୧୦୦ଟି ଚାରା ଗଛ ଆଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ବଳଭଦ୍ରପୁର ଗାଁର ଜଣେ ଯୁବକ। ଯୁବକ ଜଣଙ୍କ ହେଇଛନ୍ତି ସରୋଜକାନ୍ତ ବିଶ୍ୱାଳ। ସେ ହେଉଛନ୍ତି ଜଣେ ବିଜ୍ଞାନ ଶିକ୍ଷକ। ଛାତ୍ର ଜୀବନରୁ ସରୋଜଙ୍କ ସ୍ୱପ୍ନ ଥିଲା ବିନା ଯୌତୁକରେ ବିବାହ କରିବା। ନିର୍ବନ୍ଧ ସମୟରେ ସରୋଜ ଯୌତୁକ ନେବେନି ବୋଲି ମନା କରି ଦେଇଥିଲେ। କିନ୍ତୁ କନ୍ୟା ପକ୍ଷରୁ ବାଧ୍ୟ କରିବାରୁ ସେ ୧୧୦୦ଟି ଚାରା ଗଛ ମାଗିଥିଲେ। ପରିବେଶ ସୁରକ୍ଷା ସଚେତନତା ସହ ଯୌତୁକକୁ ବିରୋଧ କରି ସରୋଜ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ବିନା ସାଜସଜା, ବିନା ରୋଷଣୀରେ ବର ଜଣଙ୍କ ପ୍ରାୟ ଅଢେଇ କିଲୋମିଟର ପାଦରେ ଚାଲି ଚାଲି ଯାଇ କନ୍ୟା ଘରେ ପହଞ୍ଚି ଥିଲେ। ସରୋଜ ଚାଲି ଚାଲି କନ୍ୟା ଘରକୁ ଯିବା ସମୟରେ ରାସ୍ତାରେ ଲୋକଙ୍କୁ ଚାରା ବଣ୍ଟନ କରିବା ସହ ଭୋଜିରେ ଆସିଥିବା ଅତିଥି ମାନଙ୍କୁ ମଧ୍ୟ ଚାରା ବଣ୍ଟନ କରିଥିଲେ। ଏପରି ଏକ ନିଆରା ବିବାହକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Leave A Reply