ସଡକ ଦୁର୍ଘଟଣାରେ ଜଣେ ମୃତ

0

ଭବାନୀପାଟଣା :-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ମୋଟେର- ଜୟପାଟଣା ମୂଖ୍ୟ ରାସ୍ତାର ରଣମାଲ ବଜାର ପଡିଆ ନିକଟରେ ମଙ୍ଗଳବାର ଅପରାହ୍ନ ୩ .୩୦ ମିନିଟ ସମୟରେ ଏକା କାର ଓ  ମଟରସାଇକେଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ଓଆର୦୮ସି ୯୦୫୫ ନମ୍ବର ବିଶିଷ୍ଟ ମଟର ସାଇକେଲ ,ସାମ୍ନା ପଟୁ ଆସୁଥିବା ଓଆର୦୮ସି ୨୭୪୫ କାର୍‌ ସହ  ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ମୋଟରସାଇକେଲ ଚାଳକ କଲମପୁର ବ୍ଲକ ବେଲପଡା ଗ୍ରାମର ରିଙ୍କୁ ମୁଣ୍ଡ (୪୮) ଘଟଣାସ୍ଥଳରେ ମୃତ୍ୟୁ  ହୋଇଥିବା ସୂଚନା ମିଳିଛି ।  ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିଛି ।

Leave A Reply