୧୦ ନାବାଳକ ପାଇଲେ ଜାମିନ

0

ଭୁବନେଶ୍ୱର: ବିଭିନ୍ନ ମାମଲାରେ ଛନ୍ଦି ହୋଇ ଦୀର୍ଘ ପ୍ରାୟ ୨ ମାସ ଧରି ବନ୍ଦୀ ଜୀବନ କାଟୁଥିବା ୧୦ ଜଣ ନାବାଳକଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି।
ପୁରୀ ଜୁଭନାଇଲ ବୋର୍ଡର ପ୍ରିନ୍ସପାଲ ମାଜିଷ୍ଟ୍ରେଟ୍‍ ମନୋଜ କୁମାର, ଅନରାରୀ ସଦସ୍ୟା ଜୟଶ୍ରୀ ମହାପାତ୍ର ଓ ଲିଗାଲ ପ୍ରୋବେସନ୍‍ ଅଫିସର ସନ୍ତୋଷ ସାହୁ ପ୍ରମୂଖ ବ୍ରହ୍ମପୁର ଗସ୍ତ କରିବା ସହିତ ସଂପ୍ରେକ୍ଷଣ ଗୃହ ପରିସରରେ ଏକ କୋର୍ଟ ଶୁଣାଣୀର ଆୟୋଜନ କରି ଏହିସବୁ ଅଭିଯୁକ୍ତ ନାବାଳକମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ସମ୍ପ୍ରତି ରାଜ୍ୟରେ ଓକିଲ ଧର୍ମଘଟ ଚାଲିଥିବାରୁ ଏହିସବୁ ଅଭିଯୁକ୍ତମାନେ ଜାମିନ ପାଇପାରୁ ନଥିଲେ। ବନ୍ଦୀ ଅବସ୍ଥାରେ ଥିବା ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା।

Leave A Reply