ସର୍ବାଧିକ କିଡନୀ ଦାନ କରିଥାନ୍ତି ମହିଳା

0

ନୂଆଦିଲ୍ଲୀ : କିଡନୀ ଦାନ କ୍ଷେତ୍ରରେ ଏକ ଚକିତ୍‍ କରିବା ଭଳି ଖବର ପଦାକୁ ଆସିଛି। ପରିସଂଖ୍ୟାନ ତଥ୍ୟ ଅନୁସାରେ ମୋଟ କିଡ଼ନୀ ଦାନ କରୁଥିବା ଲୋକଙ୍କ ମଧ୍ୟରେ ୮୦% ହେଉଛନ୍ତି ମହିଳା। ସେଥିମଧ୍ୟରେ ୫୦% ପତ୍ନୀ, ୨୦% ମାଆ ଏବଂ ୧୦% ଭଉଣୀ କିଡ଼ନୀ ଦାନ କରିଥାନ୍ତି। କିଡ଼ନୀ ଦାନ କ୍ଷେତ୍ରରେ ପୁରୁଷମାନେ ମହିଳାଙ୍କଠାରୁ ବହୁ ପଛରେ ଅଛନ୍ତି। ଗୁରୁ ନାନକ ଦେବ ଡାକ୍ତରଖାନା ଚିକିତ୍ସା ଅଧିକାରୀ ଡାକ୍ତର ପରମିନ୍ଦର ସିଂହଙ୍କ ସୂଚନା ଅନୁସାରେ ପଞ୍ଜାବରେ ପ୍ରତି ବର୍ଷ ୧୭୦ରୁ ଅଧିକ କିଡ଼ନୀ ପ୍ରତ୍ୟାରୋପଣ ମାମଲା ଆସିଥାଏ। ଚଳିତ ବର୍ଷ ଏଭଳି ୮୭ଟି ମାମଲା ଆସି ସାରିଛି। କିଡ଼ନୀ ଦାନ କ୍ଷେତ୍ରରେ ପକ୍ଷପାତିତା ସ୍ପଷ୍ଟ ପରିଲକ୍ଷିତ ହୁଏ। ଘରେ କୌଣସି ପୁରୁଷର କିଡ଼ନୀ ପ୍ରତ୍ୟାରୋପଣ ଆବଶ୍ୟକ ପଡ଼ିଲେ ଘରର ପୁରୁଷ ନୁହେଁ ବରଂ ମହିଳା କିଡ଼ନୀ ଦାନ କରିଥାନ୍ତି। ଏଭଳି ଅନେକ ମାମଲା ଦେଖିବାକୁ ମିଳୁଛି। ପ୍ରାୟ ମାମଲରେ ପତ୍ନୀ କିମ୍ବା ମାଆ ସ୍ୱାମୀ କିମ୍ବା ପୁଅଙ୍କୁ କିଡ଼ନୀ ଦାନ କରିଥାନ୍ତି। କିଛି କ୍ଷେତ୍ରରେ ଭଉଣୀ ମଧ୍ୟ ଭାଇକୁ କିଡ଼ନୀ ଦାନ କରିଥାନ୍ତି। କେତେକ ଜଟିଳ ମାମଲାରେ ବ୍ଲଡ୍‍ ଗ୍ରୁପ ନମିଶିଲେ କିଡ଼ନୀ ଅଦଳ ବଦଳ କରାଯାଇ ପ୍ରତ୍ୟାରୋପଣ କରାଯାଏ ଓ ଏହି ମାମଲାରେ ବି ଘରର କୌଣସି ମହିଳା କିଡ଼ନୀ ଦାନ କରିଥାନ୍ତି।

Leave A Reply