ସରକାରଙ୍କୁ ପୁରୀ ଓ କଟକ ସହର ବନ୍ୟାଜଳ ନିଷ୍କାସନ ଚିନ୍ତା

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଳ ସମସ୍ୟାରୁ ମୁକୁଳିବା ପାଇଁ ଯେଭଳି ଉଚ୍ଚକ୍ଷମତା ସମ୍ପନ୍ନ ପାଣି ପମ୍ପ ବ୍ୟବହାର କରାଯାଉଛି ଠିକ୍‍ ସେହିପରି ପୁରୀ ଓ କଟକ ସହରର ବନ୍ୟାଜଳ ନିଷ୍କାସନ ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପ କିଣାଯିବ। ଏବାବଦକୁ ପ୍ରାୟ ୨.୧୦କୋଟି ଟଙ୍କା ଖର୍ଚ୍ଚ ହେବ। ପୁରୀ ପାଇଁ ୮ଟି ଏବଂ କଟକ ପାଇଁ ୧୨ଟି ପମ୍ପ କିଣା ଯିବ। ପ୍ରତି ପମ୍ପ ଦିନକୁ ପ୍ରାୟ ୨୦୭ଲକ୍ଷ ଘନ ଲିଟର ଜଳ ନିଷ୍କାସନ କରିପାରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ମିଶନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ ପୁରୀର ସୁଜାତାନଗରରେ ବର୍ଷାଜଳ ଦୀର୍ଘଦିନ ଧରି ରହୁଛି। ଏଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବର୍ଷା ହେବାମାତ୍ରେ ପାଣି ଜମି ଯାଉଛି। ଏନେଇ ବାରମ୍ବାର ଆଲୋଚନା କଲେ ମଧ୍ୟ ଏନ୍‍ଏଚ୍‍ କର୍ତ୍ତୃପକ୍ଷ ଠିକଣା ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହାଫଳରେ ଲୋକେ ହଇରାଣ ହରକତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଅଗ୍ନଶମ ବିଭାଗ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ଅର୍ଥରେ ୨୦ଟି ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପ ସହିତ ୧୦୦ ସେଟ୍‍ ସ୍ୱତନ୍ତ୍ର ବର୍ଷାତି, ଗନ୍‍ବୁଟ୍‍ ହେଲମେଟ ପ୍ରଭୃତି କିଣାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି। ପ୍ରତି ପମ୍ପରେ ଦିନକୁ ପ୍ରାୟ ୨୦୦ଲକ୍ଷ ଲିଟର ଜଳ ନିଷ୍କାସନ ହେବାକୁ ଥିବାବେଳେ ୮ଟି ଯାକ ପମ୍ପ ଲାଗିଲେ ପ୍ରାୟ ୨୦୭ ଲକ୍ଷ ଘନ ଲିଟର ଜଳ ନିଷ୍କାସନ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply