ମହିଳା କ୍ରିକେଟ: ଇଂଲଣ୍ଡକୁ ହରାଇ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‍ ଜିତିଲା ଅଷ୍ଟ୍ରେଲିଆ

0

ମୁମ୍ବଇ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ୍‍ ଲେନିଂଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ମେଗାନ ସ୍କଟଙ୍କ ଆକର୍ଷଣୀୟ ବୋଲିଂ ଯୋଗୁ ଦଳ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ ଜିତି ନେଇଛି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରତିଦ୍ୱନ୍ଦୀ ଇଂଲଣ୍ଡକୁ ୫୭ ରନ୍‍ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ।
ଲେନିଂଙ୍କ ଅପରାଜିତ ଦ୍ରୁତ ୮୮ ରନ୍‍ ଓ ଏଲିସେ ୱିଲାନୀଙ୍କ ୫୧ ରନ୍‍ ସହଭାଗିତାରେ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୯ ରନ୍‍ର ବିଶାଳ ସ୍କୋର ସଂଗ୍ରହ କରିଥିଲା। ସମ୍ପ୍ରତି ମହିଳା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏହି ସ୍କୋର ସର୍ବାଧିକ। ୨୦୧୦ରେ ଅଷ୍ଟ୍ରେଲିଆ ନେଦରଲାଣ୍ଡ ବିରୁଦ୍ଧରେ ୨୦୪ ରନ୍‍ ସ୍କୋର କରିଥିଲା। ତେବେ ବ୍ୟାଟିଂ ପରେ ଅଷ୍ଟ୍ରେଲିଆ ବୋଲର ଭଲ ପ୍ରଦର୍ଶନ କରିବା ପୂର୍ବକ ୧୫୨/୯ରେ ଇଂଲଣ୍ଡ ଦଳକୁ ସୀମିତ ରଖିପାରିଥିଲା। ଇଂଲଣ୍ଡ ତରଫରୁ ନଟାଲି ସ୍କିୱର ୪୨ ବଲରେ ସର୍ବାଧିକ ୫୦ ରନ୍‍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ବୋଲର ମେଗାନ ସ୍କଟ ୩ ୱିକେଟ ଓ ଡେଲସା କିମିସ ଓ ଏସେଲ ଗାର୍ଡନର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Leave A Reply