ବଡ଼ମେଡିକାଲ୍‍ରୁ ୩ ଦଲାଲ ଗିରଫ

0

ବ୍ରହ୍ମପୁର: ବ୍ର୍‍ହ୍ମପୁର ବଡ଼ମେଡିକାଲରେ ଦଲାଲମାନେ ସକ୍ରିୟ ରହିଥିବା ନେଇ ପୂର୍ବରୁ ଯେଉଁ ଅଭିଯୋଗ ହୋଇଆସୁଥିଲା ତାହା ଆଜି ସତ୍ୟରେ ପ୍ରମାଣିତ ହୋଇଛି। ବଡମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରଲୋଭନ ଦେଖାଇ ଘରୋଇ ନର୍ସିଂ ହୋମ୍‍ ଓ ଡାକ୍ତରଖାନାକୁ ନେଉଥିବା ବେଳେ ଗୁରୁବାର ୩ଜଣ ଦଲାଲ ତହସିଲଦାରଙ୍କ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ଆଜି ବଡ଼ମେଡ଼ିକାଲରେ ଚହଳ ପଡ଼ିଯାଇଛି। ବଡମେଡ଼ିକାଲର ସର୍ଜରୀ ଓ ଅସ୍ଥିଶଲ୍ୟ ବିଭାଗକୁ ଆସିଥିବା ରୋଗୀଙ୍କୁ କିଛି ଦଲାଲ ପ୍ରବର୍ତ୍ତାଇ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନେବାକୁ ଯୋଜନା କରୁଥିଲେ। ଅସ୍ଥିଶଲ୍ୟ ବିଭାଗର ଜଣେ ରୋଗୀକୁ ନୂଆବସଷ୍ଟାଣ୍ଡ ନିକଟସ୍ଥ ଏକ ଘରୋଇ ନର୍ସିଂହୋମ୍‍କୁ ନେବାକୁ ମଧ୍ୟ ଦଲାଲ ଜଣକ ଉଦ୍ୟମ କରୁଥିଲେ। କୌଣସି ସୁତ୍ରରୁ ଖବର ପାଇ ବ୍ରହ୍ମପୁର ତହସିଲଦାର ରଞ୍ଜିତ ପରିଡ଼ା ସେଠାରେ ପହଞ୍ଚିଥିଲେ। ଦଲାଲମାନଙ୍କ କଥାବାର୍ତ୍ତା ଦୀର୍ଘ ସମୟ ଧରି ଅନୁଧ୍ୟାନ କରିବା ପରେରୋଗୀଙ୍କୁ ବିକ୍ରାନ୍ତି କରୁଥିବା ଅଭିଯୋଗରେ ୩ ଦଲାଲଙ୍କୁ ତହସିଲଦାର ଶ୍ରୀ ପରିଡ଼ା ଧରିବା ସହିତ ବୈଦ୍ୟନାଥପୁର ପୁଲିସ ଜିମା ଦେଇଥିଲେ। ପୁଲିସ ୩ ଦଲାଲ ପ୍ରଶାନ୍ତ ପଣ୍ଡା, ସଞ୍ଜିବ ବିଷୋୟୀ ଓ ପି.ରାଜୁ ଦୋରାଙ୍କୁ ଅଟକ ରଖିବା ସହିତ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ବୈଦ୍ୟନାଥପୁର ଥାନା ଅଧିକାରୀ ଜେକେ ପଟ୍ଟନାୟକ କହିଛନ୍ତି।

Leave A Reply