ବୁଧବାର ରାଶିଫଳ

0

ମେଷ: ନିଜ ମର୍ଯାଦା ରକ୍ଷା ପାଇଁ ଚେଷ୍ଟା କରିବା ଆବଶ୍ୟକ। ସୌଜନ୍ୟତା ପ୍ରକାଶ ପାଇବ। ଶାସ୍ତ୍ରବିତ୍‌ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।

ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଉଚ୍ଚଆଶା ଫଳବତୀ ହେବ। ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁନାଶ କରିବାରେ ସଫଳ ହେବେ। ଧନ ସହିତ ଶ୍ରେଷ୍ଠ ମାନ୍ୟତା ମିଳିପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମିଥୁନ: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ନିଃସ୍ୱର୍ଗ ସୁଖର ଅଧିକାରୀ ହେବେ। ପ୍ରଭୁତ୍ୱ ବିସ୍ତାର କରିପାରନ୍ତି। ଶାସ୍ତ୍ର ବିଚକ୍ଷଣ ହେବେ। ସଦା ସର୍ବଦା ଜପ-ତପ କରିବେ। ବିଦ୍ୟାର୍ଥୀ ସୁଖୀ ହେବେ।

କର୍କଟ: ବନ୍ଧୁଙ୍କ ସାହାଯ୍ୟ ମିଳିପାରେ। ବାଦ ପ୍ରତିବାଦର ସମ୍ମୁଖୀନ ହେବେ। ସୁବକ୍ତା ହୋଇ ପାରନ୍ତି। ଶ୍ରେଷ୍ଠ ପଦ ପଦବୀରେ ମଣ୍ଡିତ ହେବେ। କୃପାପାତ୍ର ହେବେ। ଦେବ ଗୁରୁଭକ୍ତ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।

ସିଂହ: ପରିସ୍ଥିିତି ଆୟତ୍ତାଧୀନ ହେବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ବିଳାସ ବ୍ୟସନରେ ମାତି ଅର୍ଥ କଷ୍ଟ ଭୋଗି ପାରନ୍ତି। ଧୈର୍ଯ୍ୟ ହାନି ଘଟିପାରେ। ବିବାଦରେ ବିଜୟୀ ହେବେ। ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ।

କନ୍ୟା: ପରିବେଶ ଆପଣଙ୍କ ପାଇଁ ଲାଭଜନକ ହେବ। ସାମାଜିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ହେବେ। ତେଜିୟାନ ହେବେ। ଧାର୍ମିକ ହେବେ। ପୁତ୍ର ସନ୍ତାନ ମିଳିବ। ଜନବଲ୍ଲଭ ହେବା ଆଶାକରାଯାଏ। ବିଦ୍ୟାର୍ଥୀ ସବୁଠାରେ ବିଜୟୀ ହେବେ।

ତୁଳା: ଅତି ସୁଖରେ ଦିନଟି ଅତିବାହିତ ହେବେ। ରୋଜଗାର ଆଶାନୁରୂପ ହେବ। ପରିବାରର ପ୍ରାଣାଧିକ ହେବେ। ଶାରୀରିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। କୀର୍ତ୍ତିମାନ ହେବେ। କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି। ବିଦ୍ୟାର୍ଥୀ ଆଗକୁ ବଢ଼ିବେ।

ବିଛା: ଶତ୍ରୁ କବଳରୁ ରକ୍ଷା ପାଇ ଯିବେ। ଅପବ୍ୟୟ ହୋଇପାରେ। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ସ୍ୱାଭିମାନୀ ହେବେ। କଥାବାର୍ତ୍ତାରେ ଭଦ୍ରୋଚିତ ଲକ୍ଷ୍ମଣ ପ୍ରକାଶ ପାଇବ। ବ୍ୟୟ ବୃଦ୍ଧି ଘଟିବ। ବିଦ୍ୟାର୍ଥୀ ପରିଶ୍ରମର ଫଳପ୍ରାପ୍ତ ହେବେ।

ଧନୁ: ବୃହତ୍ତମ କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଧନ ବୃଦ୍ଧି ଲାଭର ସୂଚନା ମିଳୁଛି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ଶ୍ରେଷ୍ଠ ପଦପଦବୀର ଅଧିକାରୀ ହେବେ। ବିଦ୍ୟାର୍ଥୀ ସୁଫଳ ହେବେ।

ମକର: ଅନୁଗତମାନଙ୍କ ଦ୍ୱାରା ଲାଭବାନ ହୋଇପାରନ୍ତି। ସାଧାନାରେ ସିଦ୍ଧିଲାଭ କରିବେ। ଧୈର୍ଯ୍ୟର ସହିତ କାର୍ଯ୍ୟ କରି ଅପୂର୍ବ ସଫଳତା ଲାଭ କରିପାରନ୍ତି। ବିବେକାନୁମୋଦିତ ସତ୍‌ପଥଗାମୀ ହେବେ। ସମସ୍ତ କଳ୍ମଷ ଦୂର ହେବ। ବିଦ୍ୟାର୍ଥୀ ଅତି ସୁଖୀ ହେବେ।

କୁମ୍ଭ: ସାମାଜିକ ଓ ବିଭାଗୀୟ ସ୍ତରରେ ଆଦର ସମ୍ମାନ ଅବଶ୍ୟ ମିଳିବ। ସୁବକ୍ତା ହେବେ। ଭୋଗପ୍ରିୟ ହୋଇପାରନ୍ତି। ଶୈର୍ଯ୍ୟଯୁକ୍ତ ହେବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବୁଦ୍ଧିମାନର ପରିଚୟ ଦେବେ। ବିଦ୍ୟାର୍ଥୀ ଗୁରୁଙ୍କର କୃତଜ୍ଞ ହେବେ।

ମୀନ: ପ୍ରତିକ୍ଷେତ୍ରରେ ସାବଧାନତାର ସହ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଶୁଭଫଳ ମିଳିବ। କଷ୍ଟସାଧ୍ୟ ହେବ। କୁମିତ୍ର ସଙ୍ଗ ପରିତ୍ୟାଗ କଲେ ସାମାଜିକ ସ୍ତରରେ ଆଦର ମିିଳିବ। ବ୍ୟବସାୟରେ ସାମାନ୍ୟ ଲାଭ। ବିଦ୍ୟାର୍ଥୀ ଯତ୍ନବାନ ହୁଅନ୍ତୁ।

Leave A Reply