ବୁଧବାର ରାଶିଫଳ

0

ମେଷ:କାର୍ଯ୍ୟରେ ସଫଳତା ମିଳିବ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସୁସ୍ଥ ଓ ନିରାମୟ ରହି ଶକ୍ତିମାନ୍‌ ହେବେ। ରୂପବାନ୍‌ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବୃଷ: ବହୁ ଶୁଭ ଯୋଗ ଥାଇ ବି ମନରେ ଗ୍ଳାନି ଆସିପାରେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ମିଠା କଥା କହି ଶତ୍ରୁତାର ଅବସାନ ଘଟାଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ବିଘ୍ନ ଥାଇ ମଧ୍ୟ ସଫଳତା ମିଳିବ।

ମିଥୁନ: ଜନ ସଂପର୍କ ବୃଦ୍ଧି ପାଇବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଭାଗ୍ୟବାନ୍‌ ହେବେ। ଅର୍ଥ ସାମାନ୍ୟ ଚେଷ୍ଟାରେ ପାଇବେ। କର୍ମକ୍ଷେତ୍ରରେ ସଫଳ କାମ ହେବେ। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ: ଶତ୍ରୁ ଦ୍ବାରା ଉପକୃତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅନୁଗୃହୀତ ହେବେ। ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବେ।

ସିଂହ: ସୁଯୋଗର ଉପଯୋଗ କରିପାରନ୍ତି। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ସୁଖ-ସମ୍ମାନ ଲାଭ କରିବେ। ଆପଣଙ୍କ କର୍ମ କୁଶଳତା ପ୍ରକାଶ ପାଇବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ।

କନ୍ୟା: ଚିନ୍ତା ଦୂରେଇ ଯିବ। ଧନକ୍ଷୟ ହୋଇପାରେ। ପରିଣାମକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ଭୁଲ ମାର୍ଗ ଅନୁସରଣ କରିବା ଅନୁଚିତ୍‌। ବ୍ୟବସାୟ ଲାଭଜନକ ହେବ। ବିଭାଗୀୟ ସମ୍ମାନ ମିଳିପାରେ।

ତୁଳା: ଆ‌େ​ମାଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ଶାନ୍ତି ମିଳିବ। ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯଶସ୍ବୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା: ହଜି ଥିବା ଦ୍ରବ୍ୟ ଖୋଜିଲେ ମିଳିପାରେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ବିଳାସ ବ୍ୟସନରେ ଦିନଟି ଅତିବାହିତ ହେବେ। ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ବହୁ ସୁଖର ଅଧିକାରୀ ହେବେ।

ଧନୁ: କାର୍ଯ୍ୟ କ୍ଷେତ୍ରରେ ବିରୋଧକୁ ବୁଦ୍ଧି-ବଳ ପ୍ରୟୋଗ କରି ଦୂର କରିପାରନ୍ତି। ଦୀର୍ଘଦିନର ଆଶାପୂର୍ଣ୍ଣ ହୋଇପାରେ। ଦେବ ଦର୍ଶନର ସୌଭାଗ୍ୟ ଅଛି। ବସ୍ତ୍ରଭୂଷଣ ଲାଭ ହୋଇପାରେ। କର୍ମତତ୍ପରତା ପ୍ରକାଶ ପାଇବ।

ମକର: ପରର ଉପକାର କରିବାକୁ ଯାଇ ନିଜେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଦିନଟି ସମସ୍ୟା ବହୁଳ ହୋଇପାରେ। ଯାନବାହନ ସୁଖ ମିଳିପାରେ। କୃଷି କ୍ଷେତରୁ ଆୟ ଆସିବ। ଉତ୍ତମ ଗୃହ ମିଳିବ।

କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହୋଇପାରନ୍ତି। କାର୍ଯ୍ୟରେ ଅଗ୍ରଗତି ଘଟିବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ଗୁରୁଜନମାନଙ୍କ ଠାରୁ ସ୍ନେହ-ଆଦର ପାଇ ଖୁସି ହୋଇପାରନ୍ତି। ଯୁକ୍ତିଯୁକ୍ତ କଥାକହି ପ୍ରଶଂସିତ ହେବେ।

ମୀନ: ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। କାର୍ଯ୍ୟ ସହଜ, ସୁଲଭ ହେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ମାନସିକତା ନେଇ କାର୍ଯ୍ୟ କରିବେ। ପଦୋନ୍ନତି ମିଳିପାରେ।

Leave A Reply