ବିବାହିତ ମହିଳା ଏହି ଦ୍ରବ୍ୟ କାହା ସହ ବାଣ୍ଟନ୍ତୁ ନାହିଁ

0

ବିବାହ ପରେ ଜଣେ ନାରୀକୁ ଶାଶୁ ଘରେ ଅନେକ ନୂଆ ସମ୍ପର୍କ ମିଳିଥାଏ। ଶାଶୁ ଘରେ ଅନେକ ମହିଳା ଯଥା- ଶାଶୁ, ଯାଆ, ନଣନ୍ଦଙ୍କ ସହ ମିଶି ଚଳିବାକୁ ପଡିଥାଏ। ନିଜର ଅନେକ ଜିନିଷ ତାଙ୍କ ସହ ବାଣ୍ଟି ଚଳିବାକୁ ପଡିଥାଏ। ଏମିତି ଅନେକ ଜିନିଷ ରହିଛି ଯାହା ଅନ୍ୟ ବିବାହିତ ନାରୀଙ୍କ ସହ ବାଣ୍ଟିବା ଅନୁଚିତ। ଆସନ୍ତୁ ଜାଣିବା କେଉଁ ଜିନିଷ ବାଣ୍ଟିବା ଅନୁଚିତ…..


ସିନ୍ଦୁର: ଜଣେ ବିବାହିତ ନାରୀ ପାଇଁ ସିନ୍ଦୁର ତାର ଗହଣା ହୋଇଥାଏ। ସିନ୍ଦୁର ଲଗାଇବା ବେଳେ ଏକୁଟିଆ ଲଗାଇବା ଉଚିତ କାରଣ ଅନ୍ୟ ସାମନାରେ ଏହା ଲଗାଇବା ଦ୍ୱାରା ସମ୍ପର୍କରେ ନଜର ଲାଗିଥାଏ। ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଖରାପ ପ୍ରଭାବ ପଡିଥାଏ। ସିନ୍ଦୁର ଲଗାଇବା ବେଳେ ସର୍ବଦା ମୁଣ୍ଡରେ ଓଢଣା ଦେଇ ଲଗାଇବା ଉଚିତ। ଅନ୍ୟ କାହାକୁ ନିଜ ସିନ୍ଦୁର କିମ୍ବା ସିନ୍ଦୁର ଡବା ବାଣ୍ଟନ୍ତୁ ନାହିଁ।
କାଜଲ: ପ୍ରାୟ ଦେଖାଯାଏ ଯେ ନାରୀମାନେ ସାଧାରଣତଃ ନିଜ କାଜଲକୁ ଅନ୍ୟକୁ ଲଗାଇବାକୁ ଦେଇଥାନ୍ତି ନିଜ ସାଙ୍ଗସାଥି ଓ ଅନ୍ୟ ନାରୀଙ୍କୁ ମଧ୍ୟ ଦେଇଥାନ୍ତି। କାଜଲ ପରସ୍ପର ସହିତ ବାଣ୍ଟିବା ଦ୍ୱାରା ନିଜ ସ୍ୱାମୀଙ୍କ ଭଲ ପାଇବା କମ୍‍ ହୋଇଯାଏ।


ମେହେନ୍ଦି: ମହିଳାମାନେ ଘରେ ବସି ପ୍ରାୟ ମେହେନ୍ଦି କରିଥାନ୍ତି। ସେହି କୋନ ମେହେନ୍ଦିରେ ଅନ୍ୟକୁ ମଧ୍ୟ ଲଗାଇଥାନ୍ତି। ଏପରି କରିବା ଦ୍ୱାରା ସ୍ୱାମୀଙ୍କର ଆପଣଙ୍କ ପ୍ରତି ଆକର୍ଷଣ କମ ହୋଇଯାଏ।
ବିନ୍ଦି: ମହିଳାମାନେ ନିଜ ମଥାରୁ ବିନ୍ଦି କାଢି ଅନ୍ୟ କାହାକୁ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ହାନୀ ହୋଇଥାଏ ବୋଲି କୁହାଯାଏ।


ଚୁଡି ଓ ପାଉଁଜି: ଚୁଡି ଓ ପାଉଁଜି ଲଗାଇବା ସମସ୍ତ ନାରୀମାନଙ୍କୁ ଶୁଭ ଫଳ ଦେଇଥାଏ। ନିଜ ପାଇଁ ଆଣି ଥିବା ଚୁଡି ଓ ପାଉଁଜିକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆପଣଙ୍କ ପ୍ରତି ଭଲ ପାଇବା କମ୍‍ ହୋଇଯିବାର ସମ୍ଭାବନା ରହିଛି।

Leave A Reply