ଫାଶରେ ଫସିଲା “ବାଘୁଣୀ”

0

ଅନୁଗୁଳ : ବାଘୁଣୀ “ସୁନ୍ଦରୀ”କୁ ଟ୍ରାଙ୍କୁଲାଇଜ କରାଯାଇଛି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ମଝିପଡା ଶିବ ମନ୍ଦିର ନିକଟରେ ଦୀର୍ଘ ଦିନର ପ୍ରଚେଷ୍ଟା ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି। କୁମକି ହାତୀ ଯଶୋଦା ପିଠିରେ ବସି ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇ ଅଚେତ କରାଯାଇଛି। ବାଘୁଣୀକୁ ସାତକୋଶିଆ ଓ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ ଟ୍ରାଙ୍କୁଲାଇଜ କରିଛନ୍ତି। ବାଘୁଣୀକୁ ଏକ ସ୍ୱତନ୍ତ୍ର ଯନ୍ତା ଯୋଗେ ରାଇଗୁଡାକୁ ନିଆଯିବ ବୋଲି କୁହାଯାଇଛି। ଏନେଇ ପିସିସିଏଫ୍‍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ସାତକୋଶିଆ ଜଙ୍ଗଲରେ ସୁନ୍ଦରୀ କିଛି ଦିନ ହେବ ଆତଙ୍କ ସୃଷ୍ଟି କରିଥିଲା। ପୂର୍ବରୁ ସେ ଅନେକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ତେଣୁ ଗ୍ରାମବାସୀମାନେ ଭୟଭୀତ ହୋଇ ରହିଥିଲେ।

Leave A Reply