ପୂର୍ବତନ ଅଧିକାରୀଙ୍କୁ ୧୨.୨୦ କୋଟି ଦେବାକୁ ଇନ୍‍ଫୋସିସ୍‍କୁ ନିର୍ଦେଶ

0

ବେଙ୍ଗାଲୁରୁ: ଇନ୍‍ଫୋସିସ୍‍ର ପୂର୍ବତନ ବିତ୍ତ ଅଧିକାରୀ ରାଜୀବ ବଂଶାଲ୍‍ଙ୍କୁ ୧୨.୨୦ କୋଟି ଟଙ୍କା ଦେବା ପାଇଁ ଇନ୍‍ଫୋସିସ୍‍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ବଂଶଲ୍‍ ୨୦୧୫ରେ ଇନ୍‍ଫୋସିସ୍‍ ଛାଡ଼ିଥିବା ବେଳେ ୨୪ ମାସର ଦରମା ବାବଦରେ ୧୭.୩୮ କୋଟି ଟଙ୍କା ପାଇବାକୁ ଥିଲା। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ କମ୍ପାନୀ ତାଙ୍କୁ କେବଳ ୫.୨ କୋଟି ଟଙ୍କା ଦେଇଥିଲା। ଏହାପରେ ବଂଶାଲ୍‍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ବାକି ଟଙ୍କା ସୁଧ ସମେତ ବଂଶାଲଙ୍କୁ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ବଂଶାଲ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଡିଲିଟ୍‍ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷ ୧୦୦ କୋଟି ଟଙ୍କା ଦାବି କରି ମାମଲା ରୁଜୁ କରିଛନ୍ତି।

Leave A Reply