ନିଶାସକ୍ତ ଅବସ୍ଥାରେ ଟାକ୍ସିରେ ଯାତ୍ରା, ପଡ଼ିଲା ମହଙ୍ଗା

0

ନିଶାସକ୍ତ ଅବସ୍ଥାରେ ଟ୍ୟାକ୍ସି ବୁକିଂ ପରେ ସେଥିରେ ଶୋଇପଡ଼ିବା ଜଣେ ଯୁବକଙ୍କୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଆମେରିକାର ନ୍ୟୁଜର୍ସିରେ ରହୁଥିବା କେନ୍‌ ବ୍ୟାକମ୍ୟାନ୍‌ ନାମକ ଏହି ଯୁବକ ଉବେର ଟ୍ୟାକ୍ସିକୁ ୧୬୩୫ ଡଲାର (୧ ଲକ୍ଷ ୬ ହଜାର ଟଙ୍କା)ର ବିଲ୍‌ ପରିଶୋଧ କରିଛନ୍ତି। କେନ୍‌ ଉକ୍ତ କ୍ୟାବ୍‌ରେ ଶୋଇପଡ଼ିଥବାବେଳେ ୫୦୦ କିଲୋମିଟର ଯିବା ପରେ ତାଙ୍କ ଆଖି ଖୋଲିଥିଲା। ଗତ ଶୁକ୍ରବାର ଏହି ଘଟଣା ଘଟିଛି। ସାଙ୍ଗମାନଙ୍କ ସହ ମଉଜମସ୍ତିର ଆସର ପରେ କେନ ନିଶାସକ୍ତ ଅବସ୍ଥାରେ ୱେଷ୍ଟ ଭର୍ଜିନିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଯିବା ଲାଗି ଉବେର କ୍ୟାବ୍‌ ବୁକ୍‌ କରିଥିଲେ। ତେବେ ଗାଡ଼ି ୫୦୦ କିଲୋମିଟର ଯିବା ପରେ କେନ୍‌ଙ୍କ ଆଖି ଖୋଲିଥିଲା।

Leave A Reply