ତିନିବର୍ଷରେ ତିନି ଜିଲ୍ଲାକୁ ରନ୍ଧନ ଗ୍ୟାସ ଯୋଗାଣ – ଧର୍ମେନ୍ଦ୍ର ପ୍ରଧାନ

0

ସମ୍ବଲପୁର: ଆଗାମୀ ତିନିବର୍ଷ ମଧ୍ୟରେ ସମ୍ବଲପୁର, ବରଗଡ ଏବଂ ଦେବଗଡ ଜିଲ୍ଲାର ସବୁ ଅଞ୍ଚଳକୁ ପାଇପ ଯୋଗେ ରନ୍ଧନଗ୍ୟାସ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ଏକ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗୁରୁବାରଦିନ ସମ୍ବଲପୁର ରେଳଷ୍ଟେସନଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡିଶାରେ ଏବେ ଏକ ଲକ୍ଷ ୭୦ହଜାର ଘରୋଇ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଥିବାବେଳେ ୭୫ହଜାର ପରିବାର ଉଜ୍ଜ୍ୱଳା ଯୋଜନାର ଲାଭ ପାଇଛନ୍ତି। ଅନ୍ୟ ପକ୍ଷରେ ସେ ଘୋଷଣା କରିଛନ୍ତି ଯେ ରାଉରକେଲା-କୋରାପୁଟ ଏକ୍ସପ୍ରେସ ଟ୍ରେନ ବରପାଲିଠାରେ, ଇସ୍ପାତ ଏକ୍ସପ୍ରେସ ବଡସାଲଠାରେ ଏବଂ ଦୁର୍ଗ-ପୁରୀ ଏକ୍ସପ୍ରେସ ସୁରିନା ହାଲ୍‍ଠାରେ ରହଣିକରିବ। ଗତ ପାଞ୍ଚବର୍ଷ ମଧ୍ୟରେ ଏହା ଓଡିଶାକୁ ରେଳବାଇପକ୍ଷରୁ ବାର୍ଷିକ ୪ହଜାର ୬୮୭ କୋଟି ଟଙ୍କା ଦିଆଯାଇ ଥିବା ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply