ଜାଣନ୍ତୁ, ଧନିଆ ପତ୍ରର ଔଷଧୀୟ ଗୁଣ

0

ଧନିଆ ପତ୍ର ଶରୀର ପାଇଁ ଲାଭଦାୟକ ଅଟେ। ଏଥିରେ ଭିଟାମିନ-ଏ ଓ ସି ଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଧନିଆ ପତ୍ର ଦ୍ୱାରା ଅନେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ।
ଧନିଆ ପତ୍ରର ଲାଭ:
ଧନିଆ ପତ୍ର ଖାଇବା ଦ୍ୱାରା ପେଟରେ ହେଉଥିବା ଗ୍ୟାସରୁ ରକ୍ଷା ମିଳିଥାଏ।
ପେଟରେ ହେଉଥିବା ଅନେକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଧନିଆ ପତ୍ରର ଚଟଣି ଖାଇବା ଉଚିତ୍‍।
ପରିସ୍ରାରେ ଅସୁବିଧା ହେଉଥିଲେ ଧନିଆ ପତ୍ରର ଚଟଣି ଖାଇବା ଦ୍ୱାରା ସୁଫଳ ମିଳିଥାଏ।
ଧନିଆ ପତ୍ରରେ ଭିଟାମିନ- ଏ ଓ ସି ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ସଂକ୍ରମଣ ରୋଗରୁ ରକ୍ଷା ମିଳିଥାଏ।
ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ଇନସୁଲିନ୍‍ର ମାତ୍ରାକୁ ନିୟନ୍ତ୍ରିତ କରିଥାଏ।

Leave A Reply