ଚାଷୀଙ୍କ ଋଣ ଛାଡ଼ ଦାବି: ମେ ୨୫କର୍ଣ୍ଣାଟକ ବନ୍ଦ

0

ବେଙ୍ଗାଲୁରୁ: ଆସ୍ଥା ଭୋଟରେ କୁମାରସ୍ୱାମୀଙ୍କ ବିଜୟ ସୁନିଶ୍ଚିତ ହେବା କ୍ଷଣି ବିଜେପି ପକ୍ଷରୁ କର୍ଣ୍ଣାଟକ ବିଧାନସଭା ବର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କର୍ଣ୍ଣାଟକ ବିଧାନସଭାରେ ଚାଲିଥିବା ଆସ୍ଥା ଭୋଟରେ ୧୧୭ଟି ଆସନରେ ବିଜୟୀ ହୋଇଛନ୍ତି। ଆସ୍ଥା ଭୋଟରେ ବିଜୟୀ ହେବା ପରେ ବିଜେପି ପକ୍ଷରୁ ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରାଯାଇଛି। ବିଏସ ୟେଦୁରପ୍ପା ଶପଥ ଗ୍ରହଣ ପରେ କର୍ଣ୍ଣାଟକରେ ଚାଷୀଙ୍କ ଋଣ ଛାଡ଼ କରିବାର ଘୋଷଣା କରିଥିଲେ। ତେବେ ଆସ୍ଥା ଭୋଟରେ ବିଜେପିର ପରାଜୟ ଓ କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେପି ପକ୍ଷରୁ ଚାଷୀଙ୍କ ଦାବିକୁ ମୁଖ୍ୟ ପ୍ରସଙ୍ଗ କରି ମେ ୨୫ରେ କର୍ଣ୍ଣାଟକ ବନ୍ଦ ଘୋଷଣା କରିଛନ୍ତି ବିଜେପି ନେତା ୟେଦୁରପ୍ପା। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଚାଷୀଙ୍କ ଋଣ ଛାଡ଼ ନକଲେ ମେ ୨୫ରେ କର୍ଣ୍ଣାଟକ ବନ୍ଦ ଘୋଷଣା କରିଛି ବିଜେପି।

Leave A Reply