କ୍ଷୀରବାଲା ପୁଅ ସୁପର ଡ୍ୟାନ୍ସର ବିଜେତା, ପୁଅର ସ୍ୱପ୍ନ ସାକାର ପାଇଁ ବାପା ବିକିଥିଲେ ଗାଈ

0

ଡ୍ୟାନ୍ସ ରିୟଲିଟି ଶୋ’ ସୁପର ଡ୍ୟାନ୍ସର ଚ୍ୟାପ୍ଟର-୨ର ଫାଇନାଲ ଶୋ’ ଶନିବାର ପ୍ରସାରିତ ହୋଇଛି। ଏହାର ବିଜେତା ହୋଇଛନ୍ତି ଆସାମର ବିଶାଲ ଶର୍ମା। ଶେଷ ରାଉଣ୍ଡରେ ପ୍ରତିଯୋଗୀ ଋତିକ ଦିବାକର, ବୈଷ୍ଣୋବୀ ପ୍ରଜାପତି ଓ ଆକାଶ ଥାପାଙ୍କୁ ବିଶାଲ କଡ଼ା ଟକ୍କର ଦେଇଥିଲେ। ବିଶାଲଙ୍କ ବାପା ଜଣେ କ୍ଷୀରବାଲା। ସେ କ୍ଷୀର ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ତେବେ ପୁଅର ସ୍ୱପ୍ନ ସାକାର ପାଇଁ ସେ ଗାଈ ବିକ୍ରି କରି ଦେଇଥିବା ପ୍ରକାଶ କରିଛନ୍ତି। ବିଶାଲଙ୍କୁ ପୁରସ୍କାର ରାଶି ରୂପେ ୧୫ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି।

Leave A Reply