ଏହି ବିଦ୍ୟାଳୟରେ ଜଣେ ଛାତ୍ର, ଜଣେ ଶିକ୍ଷକ

0

ଜୟପୁର: ମହାରାଷ୍ଟ୍ରର ନାଗପୁର ନିବାସୀ ୨୯ ବର୍ଷୀୟ ରଜନୀକାନ୍ତ ମାନେ୍ଧ ଜଣେ ସରକାରୀ ସ୍କୁଲ ଶିକ୍ଷକ। ପ୍ରତିଦିନ ସେ ଜୀବନକୁ ବିପଦରେ ପକାଇ ଦୁର୍ଗମ ଅଞ୍ଚଳରେ ଥିବା ନିଜ କର୍ମସ୍ଥଳୀକୁ ଆସିଥାନ୍ତି। ମହାରାଷ୍ଟ୍ରର ଭୋର ଅଞ୍ଚଳର ଚନ୍ଦର ଗାଁ ସ୍ଥିତ ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଜଣେ ମାତ୍ର ଛାତ୍ରଙ୍କୁ ଶିକ୍ଷାଦାନ ଲାଗି ରଜନୀକାନ୍ତ ଦୈନିକ୧୨ କିଲୋମିଟର ଦୁର୍ଗମ ରାସ୍ତା ଦେଇ ଆସିଥାନ୍ତି। ଉକ୍ତ ପାହାଡିଆ ରାସ୍ତାର ଦୁଇପଟେ ରହିଛି ୪୦୦ ଫୁଟର ଖାଇ। ରଜନୀକାନ୍ତ ଗତ ୮ ବର୍ଷ ହେଲା ନିରନ୍ତର ବିଦ୍ୟାଳୟକୁ ଆସୁଛନ୍ତି। ପୁଣେରୁ ୧୦୦ କିଲୋମିଟର ଦୂର ଏହି ଗାଁରେ ୬୦ଜଣ ବାସିନ୍ଦା ରହୁଛନ୍ତି। ଏବେ ବିଦ୍ୟାଳୟରେ ଯୁବରାଜ ସଙ୍ଗାଲେ ନାମକ ଜଣେ ଛାତ୍ର ଅଧ୍ୟୟନ କରନ୍ତି।

Leave A Reply