ଆଜିର ଦିନରେ ହୋଇଥିଲା ଗୋଟିଏ ଘଟଣାରେ ୧୫୨୨ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ୧୪ ଏପ୍ରିଲକୁ ସମୁଦ୍ରରେ ସବୁଠାରୁ ବଡ଼ ଦୁର୍ଘଟଣା ପାଇଁ ମନେ ପକାଯାଏ। କାରଣ ଏହି ଦୁର୍ଘଟଣାରେ ୧୫୨୨ଜଣ ପ୍ରାଣ ହରାଇଥିଲେ। ୧୯୧୨ର ଆଜିର ଦିନରେ ଆଟଲାନଟିକ ମହାସାଗରରେ ଟାଇଟନିକ ଜାହାଜ ବରଫ ଚଟାଣରେ ଧକ୍କା ଲାଗି ବୁଡ଼ି ଯାଇଥିଲା। ସେ ସମୟରେ ଟାଇଟନିକ କେବଳ ବୃହତ୍ତମ ଜାହାଜ ନଥିଲା ବୋଲି ବିଳାସିତାର ସମସ୍ତ ବ୍ୟବସ୍ଥା ଜାହାଜରେ ମହଜୁତ ଥିଲା। ୧୦ ଏପ୍ରିଲ ୧୯୧୨ରେ ଟାଇଟନିକ ସାଉଥପ୍ଟନରୁ ନ୍ୟୁୟର୍କ ପାଇଁ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ଜାହାଜରେ ୨୨୨୩ଜଣ ଯାତ୍ରୀ ଉପସ୍ଥିତ ଥିଲେ। ଉପସ୍ଥିତ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ଥିଲା। ଟାଇଟନିକ ପରି ଜାହାଜରେ ଭ୍ରମଣ କରିବା ନିମନ୍ତେ ଆମେରିକା ଓ ଇଂଲଣ୍ଡର ପ୍ରାୟତଃ ଜଣାଶୁଣା ଧନୀ ଏହି ଜାହାଜରେ ନିଜ ସ୍ଥାନ ସଂରକ୍ଷିତ କରିଥିଲେ। ଖୋଦ୍‌ ଜାହାଜର ମାଲିକ ମଧ୍ୟ ଏହି ଯାତ୍ରାରେ ସାମିଲ ଥିଲେ। ବିଶାଳ ଜାହାଜର ବିଳାସ ମାତ୍ର ୩ଦିନ ମଧ୍ୟରେ ଧୂଳିସାତ୍‌ ହୋଇଗଲା। ୧୪ ଏପ୍ରିଲରେ ଏକ ବିଶାଳ ହିମଖଣ୍ଡରେ ଟାଇଟନିକ ପିଟି ହୋଇ ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିଲା।

Leave A Reply