ଅର୍ଜୁନାରେ ଝାଡ଼ାବାନ୍ତି, ୪୬ ଆକ୍ରାନ୍ତ

0

ବୋଡେନ : ନୂଆପଡା ଜିଲା ବୋଡେନ ବ୍ଲକ ଫରସରା ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଶୁକ୍ରବାର ରାତିରୁ ଝାଡାବାନ୍ତିରେ ପାଖାପାଖି ୪୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାତିରେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଇଛି। ସକାଳ ସୁଦ୍ଧା ୩୫ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସିତ ହେଉଥିବା ୩୫ ଜଣଙ୍କ ମଧ୍ୟରୁ ସହମନୀ ନିଆଲ (୧୫)ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଡିଆଳ ସ୍ଥାନାନ୍ତର କରାଯାଇଛି। ଡାକ୍ତରୀ ଦଳ ପହଞ୍ଚି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଶିବିର କରି ଚିକିତ୍ସା ଚଳାଇଛନ୍ତି। ଗାଁ ଶିବିରରେ ଏ ପର୍ଯ୍ୟନ୍ତ ୧୧ଜଣ ଚିକିତ୍ସିତ ହୋଇଥିବା ଜଣାପଡିଛି। ଝାଡାବାନ୍ତି ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିଲେ ମଧ୍ୟ ଦୂଷିତ ପାଣି ବ୍ୟବହାର ଯୋଗୁଁ ଏହି ରୋଗ ବ୍ୟାପିଥିବା ଅନୁମାନ କରାଯାଉଛି। ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନଳକୂଅ ପାଖରେ ତଥା ଗାଁରେ ବ୍ଲିଚିଂ ପାଉଡର ପକାଯିବା ସହ ଗାଁକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି।

Leave A Reply