ଅଭିନେତା ବିଶାଳ ଠକ୍କର ନିଖୋଜ

0

ନୂଆଦିଲ୍ଲୀ: ଚର୍ଚ୍ଚିତ ଚଳଚ୍ଚିତ୍ର ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଏବଂ ‘ତାରକ ମେହତା କା ଉଲ୍‌ଟା ଚଷମା’ର କଳାକାର ବିଶାଳ ଠକ୍କର ଗତ ତିନି ବର୍ଷ ଧରି ନିଖୋଜ ଅଛନ୍ତି। ୨୦୧୫, ଡିସେମ୍ବର ୩୧ରୁ ତାଙ୍କର କୌଣସି ଖୋଜଖବର ମିଳୁ ନାହିଁ। ଏହାର ପର ଦିନ ଘୋଡ଼ବନ୍ଦରଠାରେ ବାନ୍ଧବୀଙ୍କ ସହିତ ତାଙ୍କୁ ଠାବ କରାଯାଇଥିବାବେଳେ ଏହା ପରଠାରୁ ସେ ଦେଖିବାକୁ ମିଳୁ ନ ଥିବା ଜଣାପଡ଼ିଛି। ଠକ୍କରଙ୍କ ମା’ ଦୁର୍ଗା ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି। ପୂର୍ବତନ ବାନ୍ଧବୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ବୋଲି ପୁଲିସ କହିଛି।

Leave A Reply