ଯୋଗୀଙ୍କୁ ଭାରି ପଡିଲା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୦୭ରେ ଦେଇଥିବା ଏକ ଉତ୍ତଜନାପୂର୍ଣ୍ଣ ବକ୍ତବ୍ୟ ଏବେ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଯୋଗୀଙ୍କ ଏହି ବକ୍ତବ୍ୟ ବିରୋଧରେ ଦାଖଲ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍‍ ଜାରି କରିଛନ୍ତି। ଯୋଗୀଙ୍କ ବିରୋଧରେ କାହିଁକି ମାମଲା ଚଳା ନ ଯିବ ତାହାର କାରଣ ଦର୍ଶାଇବାକୁ ଉକ୍ତ ନୋଟିସ୍‍ରେ ପୀଠ ପ୍ରଶ୍ନ କରିଛନ୍ତି। ଫେବୃଆରୀ ୧ରେ ଆହ୍ଲାବାଦ୍‍ ହାଇକୋର୍ଟ ଏ ସମ୍ବନ୍ଧୀୟ ଆବେଦନ ଉପରେ ଶୁଣାଣି କରି ଯୋଗୀଙ୍କ ବିରୋଧରେ ମାମଲା ଚଳାଇବାକୁ ମନା କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଯୋଗୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ପକ୍ଷଭୁକ୍ତ କରି ଶୁଣାଣି ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

Leave A Reply