ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବଡ଼ ପର୍ବ ଖ୍ରୀଷ୍ଟମାସ

0

ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପର୍ବ ପାଳନ କରିଥାଆନ୍ତି। ଏହି ଦିନ ଈଶା ମସିହା ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ। ଖ୍ରୀଷ୍ଟମାସ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ସବୁଠାରୁ ବଡ଼ ଓ ଖୁସିର ପର୍ବ, ଏହି କାରଣରୁ ଏହାକୁ ବଡ଼ଦିନ ବୋଲି ମଧ୍ୟ କୁହାଯାଏ। ୧୫ଦିନ ପୂର୍ବରୁ ହିଁ ଖ୍ରୀଷ୍ଟିୟାନ୍‍ ସମ୍ପ୍ରଦାୟର ଲୋକେ ଏହାର ପ୍ରସ୍ତୁତିରେ ଲାଗିପଡ଼ନ୍ତି। ଘର ସଫା କରାଯାଏ, ନୂତନ ବସ୍ତ୍ର କିଣା ଯାଏ, ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଏହି ଦିନରେ ବିଶେଷ କରି ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଭାବେ ସଜ୍ଜା ଯାଇଥାଏ।

-ଖ୍ରୀଷ୍ଟମାସର କିଛି ଦିନ ପୂର୍ବରୁ ଚର୍ଚ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥାଏ, ଯାହା ନୂଆବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଏହି କାର୍ଯ୍ୟକ୍ରମ ଗୁଡି଼କରେ ପ୍ରଭୁ ଯୀଶୁଙ୍କ ଜନ୍ମ ଗାଥାକୁ ନାଟକ ରୂପେ ପ୍ରଦର୍ଶିତ କରାଯାଇଥାଏ। ବିଭିନ୍ନ ପ୍ରକାରର ଖେଳ ଖେଳା ଯାଇଥାଏ, ପ୍ରାର୍ଥନା କରାଯାଇଥାଏ ଇତ୍ୟାଦି।

-କିଛି ସ୍ଥାନରେ ଏହି ଦିନ ଖ୍ରୀଷ୍ଟିୟାନ ସମାଜ ଦ୍ୱାରା ଶୋଭାଯାତ୍ରା ବାହାରିଥାଏ।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Leave A Reply