୪୮ଏମପି କ୍ୟାମେରା ଥିବା ଜିଓମି ଏମଆଇ-୯ର ବଜାର ପ୍ରବଶେ

0

ନୂଆଦିଲ୍ଲୀ : ଜିଓମି ତାର ୪୮ଏମପି କ୍ୟାମେରା ଥିବା ସ୍ମାର୍ଟଫୋନ ଏମଆଇ-୯ର ବଜାର ପ୍ରାବେଶ କରିଛି। ଏହି ଫୋନଟି ଗତବର୍ଷ ଲଞ୍ଚ ହୋଇଥିବା ଏମଆଇ-୮ର ଅପଡେଟ ଭର୍ସନ। ଏଥିରେ ଓୟାରଲେସ ଚାର୍ଜିଙ୍ଗ ସହିତ ଅନେକ ଗୁଡିଏ ବିଶେଷତ୍ୱ ରହିଛି।
ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୫.୯୭ଇଞ୍ଚର ଏମୋଲେଡ ଡିସପ୍ଲେ ରହିଛି। ଏହାବ୍ୟତିୀତ ଫୋନରେ ଇନ୍‍-ଡିସପ୍ଲେ ଟିପଚିହ୍ନ ସେନସର ଦିଆଯାଇଛି। ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୮୫୫ପ୍ରୋସେସର ମଧ୍ୟ ମିଳିବ। ଏହି ଫୋନକୁ ୬ଜିବି/୮ଜିବି ରାମରେ ଲଞ୍ଚ କରାଯାଇଛି। ଯାହାର ଷ୍ଟୋରେଜ ୧୨୮ଜିବି। ଏଥିରେ ତିନୋଟି ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲର, ଦ୍ୱିତୀୟଟି ୧୨ମେଗାପିକ୍ସେଲର ଏବଂ ତୃତୀୟଟି ୧୬ମେଗାପିକ୍ସେଲର ଦିଆଯାଇଛି। ଏଥିରେ ୧୨ମେଗାପିକ୍ସେଲର ଗୋଟିଏ ଆଗପଟ କ୍ୟାମେରା ରହିଛି।

courtesy-the indian express

ଏହାବ୍ୟତୀତ ଫୋନର ଅନ୍ୟ ବିଶେଷତ୍ୱ ବିଷୟରେ କହିଲେ ଏହାର ଡିସପ୍ଲେ ଉପରେ ଗରିଲା ଗ୍ଲାସର ପ୍ରୋଟେକସନ ଦିଆଯାଇଛି। ଫୋନରେ ୩୩୦୦ଏମଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏବଂ ଏହି ଫୋନ ସହିତ ୨୭ୱାଟର ଚାର୍ଜର ମାଗଣାରେ ପାଇପାରିବେ। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୩୧,୮୦୦ଟଙ୍କା ଏବଂ ଏହାର ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୩୪,୯୦୦ଟଙ୍କା।

Leave A Reply