ସାପକାମୁଡ଼ାରେ ମହିଳା ମୃତ

0

ବଡ଼ସାହି : ମଙ୍ଗଳବାର କେନ୍ଦୁଡ଼ିହା ଗ୍ରାମର ସୁଶିଳା ବେହେରା(୪୨)ଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଛି। ଗୋରୁଙ୍କ ପାଇଁ ଝଣ ଆଣିବା ସମୟରେ ବିଷଧର ସାପଟି କାମୁଡ଼ି ଦେଇଥିଲା। ପରିବାର ଲୋକେ ଜାଣିପାରି ତାଙ୍କୁ ପ୍ରଥମେ ଗାଉଁଲି ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରି ବିଫଳ ହୋଇଥିଲେ। ପରେ ବଡ଼ସାହି ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply