ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ

0

କୁଜଙ୍ଗ: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ପଙ୍କପାଳ ପଞ୍ଚାୟତ ବଣିକୁନ୍ଦ ଢିଅସାହୀ ଗ୍ରାମରେ ଇଶ୍ୱର ସାହୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଘଟିବାରୁ ପରିବାର ସଦସ୍ୟମାନେ ଘରୁ ବାହାରି ଆସିଥିଲେ। ମାତ୍ର ଏଥିରେ ଇଶ୍ୱର ସାହୁଙ୍କ ପତ୍ନୀ ଘରୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ମହିଳାଙ୍କ ନାମ ମିନତୀ ସାହୁ (୬୦)।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ୫ଲକ୍ଷ ଟଙ୍କାର ସମ୍ପତ୍ତି ସମେତ ୨ଟି ବାଇକ ଓ ଅନେକ ଚାଷ ଉପକରଣ ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply