ଭାଲୁ କାମୁଡ଼ାରେ ବୃଦ୍ଧା ଗୁରୁତର

0

ଗଂଜାମ: ଗଂଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ୍ ତଥା ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗ୍ରାମରେ ଶୁକ୍ରବାର ସକାଳେ ଭାଲୁ କାମୁଡ଼ାରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଗ୍ରାମର ସାୟାମ୍ମା ସକାଳେ ନିଜ ନିତ୍ୟକର୍ମ ସାରି ଘରକୁ ଫେରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଭାଲୁ ଆକ୍ରମଣ ସଂପର୍କରେ ଜାଣି ଗ୍ରାମ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ଗ୍ରାମ ନିକଟରେ ଥିବା ଚନ୍ଦନିଆ ପାହାଡରେ ଭାଲୁଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଥିବା ବେଳେ ଲୋକେ ଆକ୍ରମଣର ଶିକାର ହେଉଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡ଼ିଛି । କେବଳ କୁକୁଡ଼ାଖଣ୍ଡି ବ୍ଳକ୍ ଅଞ୍ଚଳ ନୁହେଁ ଦିଗପହଣ୍ଡି, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଆଦି ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇ ଅନେକ ଆହତ ହୋଇଥିବା ଜଣା ପଡିଛି । ତେଣୁ ଏଦିଗରେ ବନବିଭାଗ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିବା ସହ ଆହତ ମହିଳାଙ୍କ ନିମନ୍ତେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

Leave A Reply