ଗୋଟିଏକୁ ଛାଡି ଭାରତ ସରକାରଙ୍କ ସମସ୍ତ ସର୍ତ୍ତକୁ ମାନିଲା ହ୍ୱାଟସ୍‌ଆପ୍‌

0

ନୂଆଦିଲ୍ଲୀ.- ହ୍ୱାଟସଆପ୍‌ରେ ଅନେକ ମିଛ ଖବର ଭାଇରାଲ ହେଉଛି ।  ପିଲା ଚୋରୀ ପରି କିଛି ମିଛ ଖବର ଭାଇରାଲ ହେବାଯୋଗୁଁ ଅନେକ ନିରୀହ ଲୋକଙ୍କରର  ଜୀବନ ଯାଇଥିଲା । ଉଗ୍ର ଭିଡ ପିଟି ପିଟି ଅନେକ ଲୋକଙ୍କୁ ମାରି ଦେଇଥିଲେ । ଏହାପରେ ଭାରତ ସରକାର ମିଛ ଖବରର ପ୍ରଚାର ପ୍ରସାର ରୋକିବା ପାଇଁ ହ୍ୱାଟସ୍‌ଆପ୍‌କୁ କିଛି ନିର୍ଦେଶ ଦେଇଥିଲେ ।

ହ୍ୱାଟସଆପ୍‌ର କର୍ତ୍ତୃପକ୍ଷ ଗୋଟିଏ ସର୍ତ୍ତକୁ ଛାଡି ଭାରତ ସରକାରଙ୍କ ଅନ୍ୟ ସମସ୍ତ ସର୍ତ୍ତକୁ ମାନି ନେଇଛନ୍ତି  । ବିଭିନ୍ନ ବିବାଦୀୟ ତଥ୍ୟ ଓ ମନ୍ତବ୍ୟର ଉତ୍ସକୁ ବନ୍ଦ କରିବାପାଇଁ ପାଇଁ ସେମାନେ ସହମତି ପ୍ରକାଶ କରିଛନ୍ତି । ଭାରତରେ ଏକ କାର୍ଯ୍ୟାଳୟ ସ୍ଥାପନ ସହ ଅଭିଯୋଗ ଗ୍ରହଣ କରିବା ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ହ୍ୱାଟସଆପ୍‌ କର୍ତ୍ତୃପକ୍ଷ ସହମତ ହୋଇଛନ୍ତି । ମାତ୍ର ମିଛ ଖବର କିମ୍ବା ଭାଇରାଲ ଖବରର ମୂଳ ଉତ୍ସ ଜାଣିବା ସର୍ତ୍ତକୁ ହ୍ୱାଟସ୍‌ଆପ୍‌ ପକ୍ଷରୁ ମନା କରାଯାଇଛି ।

Leave A Reply