ତୃଣମୂଳ କର୍ମୀଙ୍କୁ ଏନ୍‍କାଣ୍ଟର କରାଯିବ : ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ଧମକ

0

କଲକାତା : ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ଦିଲୀପ ବୁଧବାର ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଧମକ ଦେଇ କହିଛନ୍ତି ଯେ ‘ତୃଣମୂଳ କଂଗ୍ରେସ କର୍ମୀମାନେ ଆମ ଦଳର ନେତା ଓ କର୍ମୀଙ୍କୁ ନାନା ଭାବେ ଧମକଚମକ ଦେଉଛନ୍ତି। ଆମ କର୍ମୀଙ୍କୁ ହତ୍ୟା କରାଯାଇଥିବା ଗୁଳିକୁ ଏବେ ଆମେ ଗଣୁଛୁ; ଗବ୍ୱର ସିଂହ ଭଳି ଏହାର କଡ଼ାଗଣ୍ଡା ହିସାବ ନେବୁ। ତୃଣମୂଳ କର୍ମୀଙ୍କୁ ଏଣିକି ଜେଲ୍‍ରେ ଭର୍ତ୍ତି କରାଯିବ କିମ୍ବା ଏନ୍‍କାଉଣ୍ଟର କରାଯିବ। କୌଣସି କୃଷ୍ଣ କିମ୍ବା ବିଷ୍ଣୁ ସେମାନଙ୍କୁ ରକ୍ଷା କରିପାରିବେ ନାହିଁ। ଆମକୁ ମାରୁଥିବା ଲୋକଙ୍କୁ ରସଗୋଲା ଦେବୁ ବୋଲି କେଉଁଠି ଲେଖାଯାଇ ନାହିଁ।’ ଦିଲୀପ ଜଲପାଇଗୁଡ଼ିଠାରେ ଏକ ସଭାକୁ ସମ୍ବୋଧିତ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଭଳି ଉତ୍ତେଜନାମୂଳକ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଥାନାରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏତଲା ଦାୟର କରାଯାଇଛି।

Leave A Reply