ଦ୍ୱିତୀୟ ଟେଷ୍ଟ : ​‌ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ୱେଷ୍ଟଇଣ୍ଡିଜ ୨୯୫/୭

0

ହାଇଦରାବାଦ : ଭାରତ ଓ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ କ୍ରିକେଟ୍‍ ଟେଷ୍ଟ ମ୍ୟାଚ୍‍ ହାଇଦରାବାଦରେ ଆରମ୍ଭ ହୋଇଛି । ୱେଷ୍ଟଇଣ୍ଡିଜ ଟସ୍‍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍‍ ବିନିମୟରେ ୨୯୫ ରନ୍‍ ସଂଗ୍ରହ କରଛି। ​‌ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ୱେଷ୍ଟଇଣ୍ଡିଜ ସ୍ଥିତି ସୁଧାରି ନେଇ ଚା’ପାନ ବିରତି ସୁଦ୍ଧା ୮୧ ଓଭରରେ ୬ ୱିକେଟ୍‍ ବିନିମୟରେ ୨୫୫ ରନ୍‍ ସଂଗ୍ରହ କରଥିଲା ।
କୂଲ୍‍ଦୀପ୍‍ ଯାଦବ୍‍ ଓ ଉମେଶ ଯାଦବ ୩ଟି ଲେଖାଁଏ ଏବଂ ଅଶ୍ୱିନ୍‍ ଗୋଟିଏ ୱିକେଟ୍‍ ଅକ୍ତିଆର କରିଛନ୍ତି।

ୱେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚାସେ ସର୍ବାଧିକ ୯୮ ରନ କରି ଅପରାଜିତ ଥିବା ବେଳେ ଜାସୋନ ହୋଲଡର ଅର୍ଦ୍ଧଶତକ ହାସଲ କରିଛନ୍ତି

ଚୁଡାନ୍ତ ଭାରତୀୟ ଦଳରେ ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଳ କରାଯାଇଛି। ଶାର୍ଦ୍ଦୁଳ ଠାକୁର ପ୍ରଥମ ଥର ପାଇଁ ଟେଷ୍ଟ୍‍ ମ୍ୟାଚ୍‍ ଖେଳୁଛନ୍ତି। ୱେଷ୍ଟଇଣ୍ଡିଜ୍‍ ଦଳରେ ମଧ୍ୟ ଦୁଇ ଜଣ ନୂଆ ଖେଳାଳିଙ୍କୁ ସାମିଲ୍‍ କରାଯାଇଛିି।
ଭାରତ ରାଜକୋଟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‍ ଜିତି ୧-୦ରେ ଅଗ୍ରଣୀ ରହିଛି।

Leave A Reply