ବୁଧବାର ରାଶିଫଳ

0

ମେଷ: ଚଳାଇ ରଖିଥିବା ଉଦ୍ୟମ ସଫଳ ହେବ। କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଅନୁଗୃହୀତ ହେବେ। ମନର ଚିନ୍ତାଧାରା ପବିତ୍ର ଓ ଉଚ୍ଚମାନର ହେବ।
ବୃଷ: ଉନ୍ନତି ମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି। କଳ୍ପନା ବିଳାସୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦରୁ ମନ ପ୍ରଫୁଲ୍ଲ ରହିବ।
ମିଥୁନ: ସୁଯୋଗର ସଦୁପଯୋଗ କରିପାରନ୍ତି। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ଭାଗ୍ୟବାନ ହୋଇପାରନ୍ତି। ଅର୍ଥାଗମ ହେବ।
କର୍କଟ: ସୁଖୀ ହେବେ। ଆଦର, ସମ୍ମାନ ମିଳିପାରେ। ସୁପାରିସ ମିଳିପାରେ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।
ସିଂହ: ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବ। ସଙ୍କଟ ଘନୀଭୂତ ହୋଇପାରେ। ଖର୍ଚ୍ଚାନ୍ତ ଯୋଗ ଅଛି। ଧାର୍ମିକ ମନୋବୃତ୍ତିର ହେବେ। ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି। କାହାରି କଥା ନ ଶୁଣି ନିଜ ବୁଦ୍ଧି, ବିବେକ ଖଟାଇ କାର୍ଯ୍ୟ କରିବେ।
କନ୍ୟା: ସୁଖ, ସନ୍ତୋଷ ଲାଭ କରିପାରନ୍ତି। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିବେ। ମାନ୍ୟତା ପ୍ରାପ୍ତ ହେବାର ବାତାବରଣ ସୃଷ୍ଟି ହୋଇଛି। ଯେକୌଣସି ସୂତ୍ରରୁ ଅର୍ଥ ଲାଭ ହେବ। ବ୍ୟବସାୟରେ ନୂତନ ପଦକ୍ଷେପ ନେଇ ପାରନ୍ତି।
ତୁଳା: ସୁଖ, ସମ୍ମାନ ଲାଭ କରିପାରନ୍ତି। ପରୋପକାରୀ ହେବେ। ଯଶସ୍ୱୀ ହେବେ। ସମ୍ମାନ ବୃଦ୍ଧି ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ଆଶାନୁରୂପ ଫଳ ପ୍ରାପ୍ତ ହେବେ। ଲକ୍ଷ୍ୟ ହାସଲ ପାଇଁ ମିଠାକଥା କହି ପରକୁ ଆପଣାର କରିପାରନ୍ତି।
ବିଛା: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପରୋପକାରୀ ହୋଇପାରନ୍ତି। ବହୁ ଶୁଭଯୋଗ ରହିଛି। କର୍ମକ୍ଷେତ୍ରରେ ବର୍ଦ୍ଧିତ ଦାୟିତ୍ୱ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। କୀର୍ତ୍ତିମାନ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ଅର୍ଥ ମିଳିପାରେ।
ଧନୁ: ନିର୍ଭୟରେ ଆଗକୁ ମାଡ଼ି ଚାଲିବା ବୁଦ୍ଧିମାନର କାର୍ଯ୍ୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଯୋଗୁଁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ହୋଇପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି।
ମକର: ପିତାଙ୍କ ସ୍ୱାସ୍ଥ୍ୟ ହାନି ପ୍ରତି ଚିନ୍ତିତ ହେବେ। ବନ୍ଧୁ ସହଯୋଗ ପାଇ ଚିନ୍ତାଦୂର ହୋଇପାରେ। ସେବା କର୍ମରେ ଦୀକ୍ଷିତ ହୋଇ ଆତ୍ମ ସନ୍ତୋଷ ଲାଭ କରିବେ। ଘାତଚନ୍ଦ୍ର ସହ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ହେବେ।
କୁମ୍ଭ: ପାରିବାରିିକ ସୁଖ ଅବ୍ୟାହତ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଆଶାଜନକ ଶୁଭଫଳ ଲାଭ କରିବେ। କାର୍ଯ୍ୟ ସିଦ୍ଧି ହେବ। ମାନସିକ ସ୍ତରରେ ପ୍ରସନ୍ନତା ଲାଭ କରିବେ। ପଡ଼ୋଶୀ ସହାୟତା ହେବେ।
ମୀନ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ଚେଷ୍ଠିତ ହେବେ। ଆଶାନୁରୂପ ଅର୍ଥ ପ୍ରାପ୍ତ ହେବାବେଳେ ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ବ୍ୟବସାୟ ଲାଭଜନକ ହେବ। ସାହସୀ ଓ ଜ୍ଞାନୀ ହେବେ। ବିଭୁ ଆଶୀର୍ବାଦ ରହିଛି।

Leave A Reply