ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଦେଖିଲେ ଭାରତର ମ୍ୟାଚ୍‍

0

ଭୁବନେଶ୍ୱର : ହକି ବିଶ୍ୱକପ୍‍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଭାରତ-ବେଲ୍‍ଜିୟମ୍‍ ମ୍ୟାଚ୍‍ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମ୍‍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ। ଖେଳ ଆରମ୍ଭହେବା ପୂର୍ବରୁ ରାଜ୍ୟପାଳ ଷ୍ଟାଡିୟମ୍‍ରେ ପହଞ୍ଚି ସାରିଥିଲେ। ସେ ଅତିଥି ଭାବେ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଖେଳ ଆରମ୍ଭ ହେବା ସମୟରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ୍‍ରେ ପହଞ୍ଚିଥିଲେ। ଶେଷ ପର୍ଯ୍ୟନ୍ତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମ୍ୟାଚ୍‍କୁ ଉପଭୋଗ କରିଥିଲେ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଦର୍ଶକଙ୍କୁ ଅଧିକ ଉତ୍ସାହିତ କରିଥିଲା। ଗୋଲ୍‍ ହେବା ସମୟରେ ଦର୍ଶକଙ୍କ ସହ ମୁଖ୍ୟମନ୍ତ୍ରୀ ତାଳି ମାରୁଥିବା ଦେଖିବାକୁ ମିଳିଥିଲା। ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ଷ୍ଟାଡିୟମ୍‍କୁ ମ୍ୟାଚ୍‍ ଦେଖିବାକୁ ଆସିଥିଲେ।

Leave A Reply