ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି କ୍ଷେତ୍ରରେ ଭାରତ-ଆମେରିକାର ଘନିଷ୍ଠ ସହଯୋଗୀ

0

ୱାଶିଂଟନ : ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସ୍ଥାପନ ଦିଗରେ ଆମେରିକାର ପ୍ରଚେଷ୍ଟାରେ ଭାରତ ହେଉଛି ଏକ ପ୍ରମୁଖ ଭାଗିଦାରୀ ରାଷ୍ଟ୍ର ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଆମେରିକା ବୈଦେଶିକ ମନ୍ତ୍ରୀ ବ୍ରିଆନ୍‍ ହୁକ୍‍ଙ୍କ ମୁଖ୍ୟ ନୀତି ଉପଦେଷ୍ଟା ସୋମବାର ୱାଶିଂଟନ୍‍ଠାରେ ଏହା କହିଛନ୍ତି।

ଭାରତ ଓ ଆମେରିକା କେବଳ ଦ୍ୱିପାକ୍ଷୀୟ ସଂପର୍କ କ୍ଷେତ୍ରରେ ଭାଗିଦାରୀ ରାଷ୍ଟ୍ର ନୁହନ୍ତି ବରଂ ଅନ୍ୟ ସମ-ମନୋଭାବପନ୍ନ ରାଷ୍ଟ୍ର ଜାପାନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଏ କ୍ଷେତ୍ରରେ ସାମିଲ୍‍ କରିବାପାଇଁ ସହଯୋଗ ମଧ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସ୍ଥାପନ ଲାଗି ଆମେରିକା ଭାରତ ସହ ଘନିଷ୍ଠ ଭାବେ କାର୍ଯ୍ୟ କରୁଛି। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ନିରାପତ୍ତା ତଥା କୂଟନୈତିକ ସଂପର୍କ ଆହୁରି ମଜବୁତ୍‍ କରିବା ପାଇଁ ଟ୍ରମ୍ପ୍‍ ପ୍ରଶାସନ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି। ବିଶ୍ୱରେ ସର୍ବବୃହତ୍‍ ଓ ସର୍ବ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଉଭୟ ଦେଶ ଆପୋଷ ସ୍ୱାର୍ଥ ଓ ମୂଲ୍ୟବୋଧ ଉପରେ କାମ କରୁଥିବା ସେ ସୂଚନା ଦେଇଛନ୍ତି।

Leave A Reply