ଆଗାମୀ ନିର୍ବାଚନରେ ଶତ ପ୍ରତିଶତ ଭିଭିପାଟ : ସିଇସି

0

ନୂଆଦିଲ୍ଲୀ : ଆଗାମୀ ନିର୍ବାଚନରେ ଶତ ପ୍ରତିଶତ ଭିଭିପାଟ ମେସିନ୍‍ ବ୍ୟବହାର କରାଯିବ। ଏଥି ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ ଅଛି ବୋଲି ମୁଖ୍ୟ ନିର୍ବାଚନ କମିଶନ୍‍ର ଓ.ପି. ରାୱତ୍‍ କହିଛନ୍ତି। ନିର୍ବାଚନ କମିଶନ୍‍ ସାଢ଼େ ୧୭ଲକ୍ଷ ଭିଭିପାଟ ମେସିନ୍‍ ବରାଦ କରିଛି ଏବଂ ଏ ପର୍ଯ୍ୟନ୍ତ ୧୦ଲକ୍ଷ ମେସିନ୍‍ ମିଳିସାରିଲାଣି।  ଅବଶିଷ୍ଟ ମେସିନ୍‍ ଗୁଡ଼ିକ ନଭେମ୍ବର ମାସ ସୁଦ୍ଧା ମିଳିଯିବ। ତେଣୁ ଶତକଡ଼ା ଶହେ ଭାଗ ଭିଭିପାଟ ମେସିନ୍‍ ବ୍ୟବହାର କରିବାରେ କମିଶନ ସଫଳ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟ ପକ୍ଷରେ ୨୦୧୯ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଶ୍ରୀ ରାୱତ୍‍ କହିଛନ୍ତି, ସାଧାରଣତଃ ୧୪ମାସ ଆଗରୁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ତେଣୁ ଗତ ଫେବୃୟାରୀ ମାସରୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply