ବିଜେପିକୁ ଝଟକା; ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ

0

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯାଉଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଫଳାଫଳ ସାରା ଦେଶକୁ ଚକିତ କରିଛି । ଏହି ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଥିବା ବେଳେ ବିଜେପି ବହୁ ପଛରେ ପଡ଼ି ଯାଇଛି । ଏହି ନିର୍ବାଚନର ଫଳାଫଳ ଆନୁଷ୍ଠାନିକ ଘୋଷଣା ହୋଇନଥିବା ବେଳେ ଏପର୍ୟ୍ୟନ୍ତ ଗଣତିରୁ କଂଗ୍ରେସ ଆଗୁଆର ରହିଥିବା ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ଧରି ଛତିଶଗଡ଼ରେ କ୍ଷମତାସୀନ ଥିବା ବିଜେପି ଏଥର ନିର୍ବାଚନ ହାରିବାକୁ ଯାଉଥିବା ପ୍ରାରମ୍ଭିକ ମତଗଣନାରୁ ଜଣାପଡିଛି । ସେହିଭଳି ପ୍ରତ୍ୟେକ ଥର ପରି ଏଥର ମଧ୍ୟ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେଲେଙ୍ଗାନାରେ ଟିଆର୍‌ଏସ୍ ୯୩ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୭ଟି ଆସନ ହାସଲ କରିଛି । ମିଜୋରାମରେ ଏମ୍‌ଏନ୍‌ଏଫ୍‌ ୨୭ଟି ଆସନ ହାସଲ କରିଥିବା ବେଳେ କଂଗ୍ରେସକୁ ୯ଟି ଆସନ ମିଳିଛି । ଛତିଶଗଡରେ କଂଗ୍ରେସ ୫୯ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୨୪ଟି ଆସନରେ ରହିଛି । ମଧ୍ୟପ୍ରଦେଶରେ କଂଗ୍ରେସ ୧୧୨ଟି ଏବଂ ବିଜେପି ମଧ୍ୟ ୧୦୪ଟି ଆସନରେ ରହିଛି । ରାଜସ୍ଥାନରେ କଂଗ୍ରେସ ୧୦୬ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୮୯ ଟି ଆସନ ହାସଲ କରିଛି ।

Leave A Reply