ମିଶ୍ରଣ ପରେ ଭୋଡାଫୋନ୍‌-ଆଇଡିଆ ଏବେ ଭାରତର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ

0

ନୂଆଦିଲ୍ଲୀ .- ଭାରତର ଦୁଇ ପ୍ରମୁଖ ଟେଲିଫୋନ୍‌  , ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍‌ ଓ ଆଇଡିଆର ମିଶ୍ରଣ ସମ୍ପୂର୍ଣ୍ଣ ହୋଇଛି । ଜାତୀୟ କମ୍ପାନୀ ଲ ଟ୍ରିବୁନାଲଙ୍କ ମଞ୍ଜୁରୀ ମିଳିବା ପରେ ଏହା ଭାରତ ସବୁଠାରୁ ବଡ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ହୋଇଛି  ବୋଲି ଆଦିତ୍ୟ ବିରଲା ଗ୍ରୁପର ପକ୍ଷରୁ ଶୁକ୍ରବାରରେ ଏହା କୁହାଯାଇଛି । ଆଗରୁ ଏୟାରଟେଲ୍‌ ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ଥିଲା । ଭୋଡାଫୋନ୍‌-ଆଇଡିଆର ଏବେ ୪୦୮୦ ଲକ୍ଷରୁ ଅଧିକ ଉପଭୋକ୍ତା ରହିଛନ୍ତି ।

ଏହି ଦୁଇ କମ୍ପାନୀ ମିଶ୍ରଣର ମାର୍କେଟରେ ଅଂଶଧନ ଏବେ  ୩୨.୨ ପ୍ରତିଶତ ରହିଛି । ନୂଆ କମ୍ପାନୀର ନାମ ଏବେ ଭୋଡାଫୋନ୍‌-ଆଇଡିଆ ରଖାଯାଇଛି ।

Leave A Reply