ହରଡ଼ଘଣାରେ ଭିମସାର, ରାଗିଂ ମାମଲାରେ କେନ୍ଦ୍ରିୟ ସେଲର ଜବାବ ତଲବ

0

ବୁର୍ଲା: ଭିମସାରରେ ରାଗିଂ ଘଟଣା ଥମି ଆସିଥିବା ବେଳେ ଏବେ କେନ୍ଦ୍ରିୟ ରାଗିଂ ନିରୋଧି କମିଟି ଜବାବ ତଲବ କରିଛି। ଭିମସାରର ଜନୈକ ଦ୍ୱିତୀୟ ବର୍ଷର ଡ଼ାକ୍ତରୀ ଛାତ୍ରଙ୍କୁ ଜଣେ ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିବାକୁ ନେଇ ଦିଲ୍ଲୀ କେନ୍ଦ୍ରିୟ ରାଗିଂ ନିରୋଧୀ ସେଲକୁ ଅଭିଯୋଗ ମିଳିବ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଭିତ୍ତିକରି ବୁର୍ଲା ଭିମସାରର ରାଗିଂ ନିରୋଧୀ ଯାଞ୍ଚ କମିଟି ତରଫରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ବର୍ଷା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଭିମସାର ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରଫେସରମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

ଯାଞ୍ଚ କମିଟି ତରଫରୁ ରାଗିଂ କରିଥିବା ଛାତ୍ର ଓ ପିଡ଼ିତ ଛାତ୍ରଙ୍କ ବୟାନ ରେକର୍ଡ଼ କରାଯାଇଛି। ତେବେ ଏହି ଘଟଣା ଭିମସାର ପରିସର ବାହାରେ ହୋଇଥିବା ଜଣାପଡ଼ିଥିବା ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି। ଭିମସାର ଅଧ୍ୟକ୍ଷ ଏହି ରିପୋର୍ଟ ପାଇବା ପରେ କେନ୍ଦ୍ରୀୟ ରାଗିଙ୍ଗ ନିରୋଧୀ ସେଲକୁ ସେହି ରିପୋର୍ଟ ପ୍ରେରଣା କରାଯିବ ବୋଲି ଜଣାପଡିଛି।

Leave A Reply