ଭିଜିଲାନ୍ସ ଜାଲରେ ଅମୀନ

0

ବାଲେଶ୍ବର : ଭିଜିଲାନ୍ସ ଜାଲରେ ବ୍ରିଟ ଅମୀନ ଧରା ପଡିଛନ୍ତି। ଅମୀନଙ୍କ ନାମ ଉପେନ୍ଦ୍ର ମହାରଣା। ସେ ଜଣେ ଅବସର ପ୍ରାପ୍ତ ପୁଲିସ ଏଏସଆଇଙ୍କ ଠାରୁ ୭,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ପୂର୍ବରୁ ଦୁଇ ଥର ମଧ୍ୟ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ।
ସୂଚନା ଅନୁଯାୟୀ, ଉପେନ୍ଦ୍ର ସହଦେବ ଖୁଣ୍ଟା ବାଲିଆ ଅଞ୍ଚଳର ଅବସରପ୍ରାପ୍ତ ପୁଲିସ ଏଏସଆଇ ଶୁଭେନ୍ଦୁ ଶେଖର ଦାସଙ୍କର ଜମି ମାପଚୁପ କରିବା ପାଇଁ ୧୦,୦୦୦ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଅବସରପ୍ରାପ୍ତ ଏଏସଆଇ ୭,୦୦୦ଟଙ୍କା ଲାଞ୍ଚ ଦେଉଥିବା ବେଳେ ଉପେନ୍ଦ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏହି ଘଟଣା ଅପରାହ୍ନ ୧୨.୪୫ ମିନିଟରେ ଘଟିଛି।

Leave A Reply