କୋଣାର୍କ ଏନଏସି କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆକାଉଟାଣ୍ଟ

0

ଗୋପ: କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ବୁଧବାର ଦିନ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସାନିଟାରୀ କାର୍ଯ୍ୟ କରିଥିବା ଜୈନିକ ଠିକାଦାର ବିଲ କରିବା ପାଇଁ ଏନଏସି କାର୍ୟ୍ୟାଳୟ ଆସିଥିଲେ। ଏହି ସମୟରେ ବିଲ କରିବା ପାଇଁ ଏନଏସି କାର୍ଯ୍ୟାଳୟରେ କାର୍ୟ୍ୟରତ ଆକାଉଟାଣ୍ଟ ୧୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, କୋଣାର୍କ ବିଜ୍ଞାପିତ କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ସାନିଟାରୀ ଠିକାଦାରୀ କାର୍ୟ୍ୟ ସୁଶୀଲ ମହାନ୍ତି କରିଥିବା ବେଳେ ବିଲ ପାଇଁ ଏନଏସି କାର୍ୟ୍ୟାଳୟ ଆସିଥିଲେ। ମାତ୍ର ଆକାଉଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ମନୋଜ କୁମାର ଭଞ୍ଜ ଠିକାଦାରଙ୍କୁ ବାରମ୍ବାର ଦୌଡାଇ ଥିଲେ ଓ ୫ଲକ୍ଷଟଙ୍କା କାର୍ୟ୍ୟର ବିଲ କରିବା ପାଇଁ ୧୫ହଜାର ଟଙ୍କା ଦାବି କରିଥିଲେ ।ଏ ନେଇ ସୁଶୀଲ ଭୁବନେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ଡ଼ି,ଏସ୍,ପି ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଠାରେ ପହଞ୍ଚି ଠିକାଦାର ସୁଶୀଲଙ୍କୁ ରାସାୟନିକ ପ୍ରଲେପ ବୋଳା ୧୧ହଜାର ଟଙ୍କା ଦେଇଥିଲେ । ଠିକାଦାର ଆକାଉଟାଣ୍ଟଙ୍କୁ ଏହି ପ୍ରଲେପ ବୋଳା ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଚାନକ ଚଢ଼ାଉ କରି ଆକାଉଟାଣ୍ଟ ମନୋଜ କୁମାର ଭଞ୍ଜଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Leave A Reply