ଆସିଲା ଭେସ୍ପା ନୋଟ୍‍

0

ନୂଆଦିଲ୍ଲୀ : ଅଟୋମୋବାଇଲ କମ୍ପାନୀ ପାଜିଓ ପକ୍ଷରୁ ନୂଆ ସ୍କୁଟି ‘ଭେସ୍ପା ନୋଟ’ର ବଜାର ପ୍ରବେଶ କରାଯାଇଛି। ଦିଲ୍ଲୀରେ ଏହି ସ୍କୁଟିର ମୂଲ୍ୟ ୭୦,୨୮୫ ରହିଛି। ତେବେ ଟିକସ୍‍ ଓ ପରିବହନ ଖର୍ଚ୍ଚକୁ ମିଶାଇ ସ୍କୁଟିର ମୂଲ୍ୟ ରାଜ୍ୟ ଅନୁସାରେ ଭିନ୍ନ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପକ୍ଷରୁ ମାତ୍ର ୨୦୦୦ ଟଙ୍କାରେ ‘ଭେସ୍ପା ନୋଟ୍‍’ ବୁକିଂ କରିବାର ସୁବିଧା ଉପଲବ୍ଧ କରାଯାଇଛି। ସ୍କୁଟିର ରଙ୍ଗ କଳା ରହିଛି। ତେବେ ନାମ ଅନୁସାରେ ରଙ୍ଗ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ ଇଟାଲୀ ଭାଷାରେ ନୋଟର ଅର୍ଥ ହେଉଛି ରାତି। ରାତିର ରଙ୍ଗ କଳା। ଏହି ଉକ୍ତି ଆଧାରରେ ଭେସ୍ପା ନୋଟ୍‍ ରଙ୍ଗ କଳା କରାଯାଇଛି। ଏହି ମଡେଲ ସବୁ ଶ୍ରେଣୀର ଗ୍ରାହକଙ୍କ ପସନ୍ଦ ଯୋଗ୍ୟ ହେବ ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି। ଭେସ୍ପା ନୋଟ୍‍ରେ ୧୨୫ସିସି ଇଞ୍ଜିନ ରହିଥିବାବେଳେ ଓଜନ ରହିଛି ୧୧୪ କିଲୋଗ୍ରାମ। ତେଲ ଟାଙ୍କିର କ୍ଷମତା ୭ଲିଟର ରହିଛି।

Leave A Reply