ଆର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଲେ ସୁରଜୀତ ଭଲ୍ଲା

0

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ ଉଚ୍ଚପଦାଧିକାରୀ ପଦବୀରୁ ଇସ୍ତଫା ଦେବରେ ଲାଗିଛନ୍ତି । ସୋମବାର କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଉର୍ଜ୍ଜିତ ପଟେଲଙ୍କ ଇସ୍ତଫା ଦେଇଥିଲେ । ମଙ୍ଗଳବାର ପୁଣି କେନ୍ଦ୍ର ସରକାରକୁ ଆଉ ଏକ ଝଟକା ଲାଗିଛି । ବରିଷ୍ଠ ଅର୍ଥଶାସ୍ତ୍ରୀ ସୁରଜୀତ ଭଲ୍ଲା କେନ୍ଦ୍ର ସରକାରଙ୍କ ଆର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ସୁରଜୀତ ଭଲ୍ଲା ଡିସେମ୍ବର ୧ ତାରିଖରେ ଆର୍ଥନୌତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି । ଏନେଇ ମଙ୍ଗଳବାର ଶ୍ରୀ ଭଲ୍ଲା ଟ୍ବୁଇଟ୍ କରି ଜଣାଇଛନ୍ତି । ସୁରଜୀତ ଭଲ୍ଲା ପରିଷଦର ଅଳ୍ପକାଳିକ ସଦସ୍ୟ ଥିଲେ । ତାଙ୍କ ଇସ୍ତଫାର କାରଣ ଜଣାପଡିନାହିଁ । ନୀତି ଆୟୋଗର ସଦସ୍ୟ ବିବେକ ଦେବରାୟ ଆର୍ଥିକ ମତାଧିକାରୀ ପରିଷଦ (ଇଏସି-ପିଏମ୍) ମୁଖ୍ୟ ଅଛନ୍ତି । ଅର୍ଥନୀତିଜ୍ଞ ରଥିନ ରାୟ, ଅସୀମ ଗୋୟଲ ଏବଂ ଶମିକାନ୍ତ ରବି ହେଉଛନ୍ତି ଅନ୍ୟାନ୍ୟ ସାମୟିକ ସଦସ୍ୟ।

Leave A Reply