ଦେଶରେ ୩୮୮, ଓଡ଼ିଶା ହାଇକୋର୍ଟରେ ୧୩ ବିଚାରପତି ପଦ ଖାଲି

0

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଗୁଡ଼ିକରେ ସମୁଦାୟ ୩୮୮ଟି ବିଚାରପତି ପଦବୀ ଖାଲି ପଡ଼ିଛି ବୋଲି କେନ୍ଦ୍ର ସରକାର ଲୋକସଭାରେ ଜଣାଇଛନ୍ତି। କେନ୍ଦ୍ର ଆଇନ ନ୍ୟାୟ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି ପି ଚୌଧୁରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ଦେଶର ୨୪ଟି ଉଚ୍ଚ ନ୍ୟାୟାଳୟ ମଧ୍ୟରୁ କେବଳ ସିକିମ ଉଚ୍ଚ ନ୍ୟାୟାଳୟ ବିଚାରପତି ସଂଖ୍ୟାରେ ପୂର୍ଣ୍ଣାଙ୍ଗ ରହିଛି। ଏଠାରେ ମଞ୍ଜୁରପ୍ରାପ୍ତ ବିଚାରପତି ପଦ ଅନୁଯାୟୀ ତିନି ଜଣ କାର୍ଯ୍ୟ କରୁଛନ୍ତି। ଦେଶର ଉଚ୍ଚ ନ୍ୟାୟାଳୟ ଗୁଡ଼ିକରେ ସମୁଦାୟ ୧୦୭୯ଟି ମଞ୍ଜୁରପ୍ରାପ୍ତ ବିଚାରପତି ପଦ ମଧ୍ୟରୁ ୬୯୧ ଜଣ ବିଚାରପତି ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରୁଛନ୍ତି।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସମୁଦାୟ ୨୭ଟି ବିଚାରପତି ପଦରୁ ୧୩ଟି ଖାଲି ପଡ଼ିଛି ଏବଂ ଏଠାରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ୧୪ ରହିଛି ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ୧୬୦ ପଦରୁ ୫୧ଟି ପଦ ଖାଲି ରହିଛି। ସେହିପରି ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟରେ ୬୧ରୁ ୩୪ଟି, ବମ୍ବେ ଉଚ୍ଚ ନ୍ୟାୟାଳୟରେ ୯୪ରୁ ୨୩ଟି, କଲିକତା ଉଚ୍ଚ ନ୍ୟାୟାଳୟରେ ୭୨ରୁ ୩୫ଟି, ଛତିଶଗଡ଼ ଉଚ୍ଚ ନ୍ୟାୟାଳୟରେ ୨୨ରୁ ୭, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ୬୦ରୁ ୨୧ଟି, ଗୌହାଟୀ ଉଚ୍ଚ ନ୍ୟାୟାଳୟରେ ୨୪ରୁ ୫ଟି, ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ୫୨ରୁ ୨୪ଟି, ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ୧୩ରୁ ୫ଟି, ଜାମ୍ମୁ ଓ କାଶ୍ମୀର ଉଚ୍ଚ ନ୍ୟାୟାଳୟରେ ୧୭ରୁ ୮ଟି, ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟରେ ୨୫ରୁ ୬ଟି, କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ୬୨ରୁ ୨୯ଟି, କେରଳ ଉଚ୍ଚ ନ୍ୟାୟାଳୟରେ ୪୭ରୁ ୯ଟି, ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ୫୩ରୁ ୧୮ଟି, ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ୭୫ରୁ ୧୪ଟି, ମଣିପୁର ଉଚ୍ଚ ନ୍ୟାୟାଳୟରେ ୫ରୂ ୨ଟି, ମେଘାଳୟ ଉଚ୍ଚ ନ୍ୟାୟାଳୟରେ ୪ରୁ ୧ଟି, ପାଟନା ଉଚ୍ଚ ନ୍ୟାୟାଳୟରେ ୫୩ରୁ ୨୫, ପଞ୍ଜାବ ଓ ହରିଆନା ଉଚ୍ଚ ନ୍ୟାୟାଳୟରେ ୮୫ରୁ ୩୦ଟି, ରାଜସ୍ଥାନ ଉଚ୍ଚ ନ୍ୟାୟାଳୟରେ ୫୦ରୁ ୨୫, ତ୍ରିପୁରା ଉଚ୍ଚ ନ୍ୟାୟାଳୟରେ ୪ରୁ ୧ଟି ଓ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟରେ ୧୧ରୁ ୨ଟି ବିଚାରପତି ପଦ ଖାଲି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଜଣାଇଛନ୍ତି।

Leave A Reply