ଅଜବ! ଶଗଡ଼ର କାଟିଦେଲେ ଚାଲାଣ

0

ଡେରାଡୁନ : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଧରପଗଡ଼ ଓ ଚାଲାଣ କାଟିବା ସଂଖ୍ୟା ବହୁ ମାତ୍ରାରେ ବଢିଯାଇଛି। ବିଭିନ୍ନ ରାଜ୍ୟରେ ମୋଟା ଅଙ୍କର ଚାଲଣ କଟାଯିବା ଘଟଣା ଦେଖିବାକୁ ମିଳୁଛି। ମାତ୍ର ଉତ୍ତରାଖଣ୍ଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ପୁଲିସ୍‍ ଏକ ମଇଁଷି ଟଣା ଗାଡ଼ି (ଶଗଡ଼)ର ଚାଲାଣ କାଟି ଦେଇଛି। ଏହି ଘଟଣା ଏବେ ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ ଶନିବାର ଡେରାଡୁନର ବିକାଶନଗର ସାହାସପୁର ଅଞ୍ଚଳରେ ପୁଲିସ୍‍ ଏକ ମଇଁଷି ଟଣା ଗାଡ଼ି (ଟାୟାର ଚକାର ଶଗଡ଼)ର ଚାଲାଣ କାଟି ଦେଇଛି। ଏମଭି ଆଇନରେ ଏହି ଶଗଡ଼ ପାଇଁ ୧୦୦୦ ଟଙ୍କାର ଚାଲାଣ କଟାଯାଇଛି। ମାତ୍ର ସଂଶୋଧିତ ଏମଭି ଆଇନରେ ମଇଁଷି ଟଣା ଗାଡ଼ିର ଚାଲାଣ କାଟିବା ପ୍ରାବଧାନ ନାହିଁ। ଏହାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଅପରପକ୍ଷରେ ସେଠାକାର ଥାନାଧିକାରୀ କହିଛନ୍ତି ଯେ ସାହାସପୁର ଅଞ୍ଚଳର ଅନେକ ଲୋକ ମଇଁଷି ଗାଡ଼ିରେ ଖନନ କାର୍ଯ୍ୟ କରୁଛନ୍ତି। ଖନନ ମାମଲାରେ ଉକ୍ତ ମଇଁଷି ଗାଡ଼ିର ଚାଲାଣ କଟାଯାଇଛି। ସେଥିରେ ଧାରା ୮୧ ଲଗାଯିବାର ଥିଲା, କିନ୍ତୁ ଭୁଲରେ ଏମଭି ଆଇନ ଲେଖାଯାଇଛି। ଚାଷୀଙ୍କ ଅଭିଯୋଗର ଘଣ୍ଟାଏ ଭିତରେ ଚାଲାଣକୁ ରଦ୍ଦ କରିଦିଆଯାଇଛି।

Leave A Reply