ବାସନ ସମ୍ବନ୍ଧରେ ବାସ୍ତୁ ନିୟମ

0

ବାସନ ଆମ ସଭିଁଙ୍କ ଘରେ ନିତ୍ୟବ୍ୟବହାର୍ଯ୍ୟ ଅଟେ। ସାଧାରଣ ଭାବେ କହିବାକୁ ଗଲେ ସଭିଏଁ ନିଜ ଦରକାର ଅନୁଯାୟୀ ହିଁ ବାସନ କିଣିଥାଆନ୍ତି। ମାତ୍ର ସଭିଏଁ ହୁଏତ ଏହା ଜାଣିନଥିବେ ଯେ କେଉଁ ପ୍ରକାରର ବାସନ ଘର ପାଇଁ ଶୁଭଫଳ ପ୍ରଦାନ କରିଥାଏ। ବାସ୍ତୁଶାସ୍ତ୍ରରେ ଏହା ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ତାହା କ’ଣ ….
ଘରେ ଥିବା ବାସନକୁ ସର୍ବଦା ସଫା ରଖନ୍ତୁ। ବାସନ ଅପରିଷ୍କାର ହେଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଇଛି। ଏହାର ପ୍ରଭାବରେ ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।
ଘରେ କେବେ ମଧ୍ୟ ଭଙ୍ଗା କିମ୍ବା ଫଟା ବାସନ ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ସୁଖସମୃଦ୍ଧି ହ୍ରାସ ପାଇଥାଏ।
କାର୍ଯ୍ୟରେ ସଫଳତା ମିଳିନଥାଏ।
ମାନସମ୍ମାନ ହାନି ହୋଇଥାଏ।
ଭଙ୍ଗା ଓ ଫଟା ବାସନକୁ ଘରେ ମଧ୍ୟ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ଦରିଦ୍ରତା ପ୍ରବେଶ କରିଥାଏ। ଆଶାନୁରୂପକ ସଞ୍ଚୟ ମଧ୍ୟ ହୋଇପାରିନଥାଏ।
ଘରେ ଚାନ୍ଦିର ବାସନ ରଖିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।

Leave A Reply