ଆରମ୍ଭ ହେଲା ନୈନି‌ତାଲ ପକ୍ଷୀ ଉତ୍ସବ

0

ଡେରାଡୁନ : ଉତ୍ତରାଖଣ୍ଡର ନୈନି‌ତାଲ ଉଦ୍ଭିଦ ଉଦ୍ୟାନଠାରେ ୩ଦିନିଆ ନନିତାଲ ପକ୍ଷୀ ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଉତ୍ସବରେ ପକ୍ଷୀ ଫଟୋଗ୍ରାଫି ପ୍ରଦର୍ଶନୀ, କର୍ମଶାଳା, ଚିତ୍ରାଙ୍କନ ଓ କୁଇଜ୍‍ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେଉଛି ।

୨୦୧୫ ମସିହାଠାରୁ ନୈନି‌ତାଲରେ ନୈନାଦେବୀ ହିମାଳୟ ପକ୍ଷୀ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟ କରୁଛି । ସେଠାରେ ପ୍ରାୟ ୨୫୦ ପ୍ରଜାତିର ବିଭିନ୍ନ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ୧୧୨ ବର୍ଗ କିଲୋମିଟର ବ୍ୟାପି ଏହି ଅଭୟାରଣ୍ୟ ଉତ୍ତରାଖଣ୍ଡରେ ଥିବା ୪ଟି ଅଭୟାରଣ୍ୟ ମଧ୍ୟରୁ ଏହାକୁ ସର୍ବବୃହତ୍ତ  ଭାବେ ବିବେଚନା କରାଯାଏ ।

Leave A Reply