ଆମେରିକାର ଭିଡିଓ ଗେମ୍‌ ପ୍ରତିଦ୍ୱନ୍ଦିତା ବେଳେ  ଦୁଇ ଜଣଙ୍କୁ ଗୁଳି କରି ମାରିଲେ ଗେମର୍‌

0

ଜାକ୍‌ସନ୍‌ଭିଲେ.-  ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ପ୍ରଦେଶ  ଜାକ୍‌ସନ୍‌ଭିଲେରେ ଭିଡିଓ ଗେମ୍‌ ପ୍ରତିଦ୍ୱନ୍ଦିତା  ଚାଲିଥିବା ବେଳେ ଜଣ ଗେମ୍‌ର ବନ୍ଧୁକ ଚଳାଇବାରୁ ଦୁଇଜଣଙ୍କର ମୃତ୍ୟ ହୋଇଛି । ଏହି ଭିଡିଓ ଗେମ୍ ପ୍ରତିଯୋଗିତା ଏକ ଗେମ୍ ବାର ଓ   ଭୋଜନାଳୟ ମଧ୍ୟରେ ଆୟୋଜନ କରାଯାଉଥିଲା । ଏହାର ଭିଡିଓକୁ ଅନଲାଇନ୍‌ ସିଧା ପ୍ରସାରଣ କରାଯାଉଥିଲା ।

ଡେଭିଡ୍‌ କାଟଜ୍‌ ନାମକ ୨୪ ବର୍ଷିୟ ଗେମ୍‌ର ଏହି ସମୟରେ ଗୁଳି  ଚଳାଇଥିଲେ । ଗୁଳି କାଣ୍ଡରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜାକସନ୍‌ଭିଲେ ର ସେରିଫ୍‌ ମାଇକ୍‌ ଓ୍ୱିଲିୟମ କହିଛନ୍ତି ।  ଗୁଳି କାଣ୍ଡପରେ ଅଭିଯୁକ୍ତ କାଟଜ୍‌ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଏହି ଗୁଳି କାଣ୍ଡରେ ୧୧ ଜଣ ଲୋକ ଆହତ ହୋଇଛନ୍ତି । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।

Leave A Reply