ଏଫ-୧୬ ଲଢୁଆ ଜେଟ୍‍ର ଅପବ୍ୟବହାର ନେଇ ପାକିସ୍ଥାନକୁ ତଥ୍ୟ ମାଗିଲା ଆମେରିକା

0

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଆମେରିକା ନିର୍ମିତ ଏଫ-୧୬ ଲଢୁଆ ଜେଟ୍‍ର ଅପବ୍ୟବହାରକୁ ନେଇ ଆମେରିକା ପାକିସ୍ଥାନଠାରୁ ତଥ୍ୟ ମାଗିଛି। ଆମେରିକା ବୈଦେଶିକ ବିଭାଗର ସୂଚନା ଅନୁଯାୟୀ ପାକିସ୍ଥାନ ଏହି ଲଢୁଆ ବିମାନର ଅପବ୍ୟବହାର କରି ଚୂଡାନ୍ତ ବ୍ୟବହାରକାରୀ ରାଜିନାମାର ଲଂଘନ କରିଛି। ପାକିସ୍ଥାନ ରାଜିନାମାର ଲଂଘନ କରିଛି କି ନାହିଁ ସେ ସଂକ୍ରାନ୍ତରେ ଆମେରିକା ପକ୍ଷରୁ ତଥ୍ୟ ମଗାଯାଇଛି। କାଶ୍ମୀର ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନଗୁଡିକ ଲକ୍ଷ୍ୟକରି ଆକ୍ରମଣ କରିବା ପାଇଁ ପାକିସ୍ଥାନ ଏଫ-୧୬ ଲଢୁଆ ବିମାନ ବ୍ୟବହାର କରିଥିବା ସଂକ୍ରାନ୍ତରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରମାଣ ଦିଆଯାଇଥିଲା। ପେଣ୍ଟାଗନ୍‍ର ପ୍ରତିରକ୍ଷା ନିରାପତ୍ତା ଓ ସହଯୋଗ ସଂସ୍ଥାର ତଥ୍ୟ ଅନୁଯାୟୀ ଏଫ-୧୬ ଜେଟ୍‍ ପାକିସ୍ଥାନର ଆତଙ୍କବାଦ ଓ ବିଦ୍ରୋହତ୍ମକ କାର୍ଯ୍ୟ ବିରୋଧୀ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରାଯିବାକୁ ଉଦ୍ଦିଷ୍ଟ। ତେବେ ପାକିସ୍ଥାନ ଏଫ-୧୬ ଲଢୁଆ ଜେଟ୍‍ ବ୍ୟବହାର କରିଥିବା ଅଭିଯୋଗକୁ ଖଣ୍ଡନ କରିଛି।

Leave A Reply