ଆମେରିକା ପ୍ରଶାସନିକ ଅଚଳାବସ୍ଥା ଦୂର ଲାଗି ବିଲ ପାସ

0

ୱାଶିଂଟନ : ଆମେରିକାରେ ଅଂଶିକ ପ୍ରଶାସନିକ ଅଚଳାବସ୍ଥା ଦୂର କରିବା ଲାଗି ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଗୁରୁବାର ସନ୍ଧ୍ୟାରେ ଦୁଇଟି ବିଲ ପାସ୍‌ କରିଛି। କିନ୍ତୁ ଏହି ବିଲରେ ମେକ୍ସିକୋ ପ୍ରାଚୀର ନିର୍ମାଣ ଲାଗି ପାଣ୍ଠି ପ୍ରଦାନ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଅନ୍ତର୍ଭୁକ୍ତ ନ ଥିବାରୁ ଅଚଳାବସ୍ଥା ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଅନ୍ୟପଟେ ଦାବି ମୁତାବକ ପାଣ୍ଠିକୁ ମଞ୍ଜୁରୀ ନ ମିଳିବାରୁ ଟ୍ରମ୍ପ ଏକ ବିଶେଷ ଆଇନ ବିରୋଧରେ ଭିଟୋ ପ୍ରା​‌େ​‌ୟାଗ କରିବାକୁ ଧମକ ଦେଇଛନ୍ତି। ଫେବୃଆରୀ ୮ ପର୍ଯ୍ୟନ୍ତ ଦେଶରେ ସୁରକ୍ଷା ସବ୍ୟବସ୍ଥା ସଂଚାଳିତ କରିବା ତଥା ସେପ୍ଟେମ୍ବର ପର୍ଯ୍ୟନ୍ତ ଅନ୍ୟ ସଂସ୍ଥାଗୁଡିକୁ ପରିଚାଳନା କରିବା ଲାଗି ଏହି ଆଇନ ଉଦ୍ଦିଷ୍ଟ। ଟ୍ରମ୍ପଙ୍କ ଦାବି ପୂରଣ ହୋଇ ନ ଥିବାରୁ ରିପବ୍ଲିକାନ ସଦସ୍ୟମାନେ ଏହି ଆଇନ ଉପରେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି। ​‌ଏହା ପୂର୍ବରୁ ଅଚଳାବସ୍ଥା ଦୂର କରିବା ନେଇ ଡେମୋକ୍ରାଟିକ ଦଳର ଉଦ୍ୟମ ବିଫଳ ହୋଇଥିଲା। ମେକ୍ସିକୋ ପ୍ରାଚୀର ପାଣ୍ଠି ପାଣ୍ଡି ମଞ୍ଜୁର ନ କରିବା ପର୍ଯ୍ୟନ୍ତ ଅଚଳାବସ୍ଥ ଦୂର କରିବା ନେଇ କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି।

Leave A Reply